ETV Bharat / business

ବିଶ୍ବବ୍ୟାଙ୍କ ଆକଳନ; ୨୦୨୪ରେ ଭାରତର ଅଭିବୃଦ୍ଧି ହାର ରହିବ ୭.୫% - India GDP Growth

author img

By ETV Bharat Odisha Team

Published : Apr 3, 2024, 2:02 PM IST

Updated : Apr 3, 2024, 2:22 PM IST

Etv Bharat
Etv Bharat

India GDP Growth Forecast: ୨୦୨୪-୨୫ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ପୂର୍ବାନୁମାନ ବଢାଇଲେ ବିଶ୍ବବ୍ୟାଙ୍କ । ୨୦୨୪ରେ ଦେଶର ୭.୫ ପ୍ରତିଶତ ଅଭିବୃଦ୍ଧି ହେବା ନେଇ ଆକଳନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଭଲ ଅର୍ଥନୈତିକ ଅଭିବୃଦ୍ଧି ହେବ । ୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୫ ପ୍ରତିଶତ ରହିବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି । ଏହାପୂର୍ବରୁ ଅଭିବୃଦ୍ଧି ହାର ୬.୩ ପ୍ରତିଶତରେ ସୀମିତ ରହିବା ନେଇ ପୂର୍ବାନୁମାନ କରିଥିଲା ବିଶ୍ବବ୍ୟାଙ୍କ । କିନ୍ତୁ ଏବେ ଏହାକୁ ୭.୫ ପ୍ରତିଶତକୁ ସଂଶୋଧନ କରାଯାଇଛି । ମୋଟାମୋଟି ଭାବେ ଦକ୍ଷିଣ ଏସିଆର ଅର୍ଥନୈତିକ ଅଭିବୃଦ୍ଧି ୬.୦ ପ୍ରତିଶତ ରହିବ, ଯାହାକି ମୁଖ୍ୟତଃ ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପାକିସ୍ତାନ ଓ ଶ୍ରୀଲଙ୍କା ଅର୍ଥନୀତିରେ ସୁଧାର ଯୋଗୁଁ ସମ୍ଭବପର ହେବ ବୋଲି କହିଛି ବିଶ୍ବ ବ୍ୟାଙ୍କ ।

ଗତକାଲି (ମଙ୍ଗଳବାର) ଜାରି ବିଶ୍ବବ୍ୟାଙ୍କ ରିପୋର୍ଟରେ କୁହାଯାଇଛି, ଭାରତ ଦକ୍ଷିଣ ଏସୀୟ ଅର୍ଥନୀତିର ଏକ ବଡ ଅଂଶ ହୋଇଥିବା ବେଳେ ୨୦୨୩/୨୪ ବର୍ଷରେ ଏହାର ଉତ୍ପାଦନ (ଆଉଟପୁଟ୍) ଅଭିବୃଦ୍ଧି ୭.୫ ପ୍ରତିଶତରେ ପହଞ୍ଚିବ । ଦେଶର ସେବା ଓ ଶିଳ୍ପ କ୍ଷେତ୍ରରେ ଗତିବିଧି ସୁଦୃଢ ରହିପାରେ । ଭାରତର ଆର୍ଥିକ କ୍ଷେତ୍ରରେ ପ୍ରଦର୍ଶନ ଭଲ ରହିଛି । ଡିସେମ୍ବର ୨୦୨୩ରେ ବାଣିଜ୍ୟିକ କ୍ଷେତ୍ରରେ ଘରୋଇ ଋଣ ପ୍ରଦାନ (ସରକାରୀ ଏବଂ ଘରୋଇ ଋଣକର୍ତ୍ତା) ୧୪ ପ୍ରତିଶତ ବୃଦ୍ଧି ପାଇଛି, ଯାହାକି ୨୦୧୩ ଠାରୁ ସବୁଠୁ ଦ୍ରୁତତମ ଅଟେ । ସେହିପରି ଆର୍ଥିକ ସୁସ୍ଥତା ସୂଚାକାଙ୍କରେ ମଧ୍ୟ ଉନ୍ନତି ଜାରି ରହିଛି ।

୨୦୨୪-୨୫ ଆର୍ଥିକ ବର୍ଷରେ ବାଂଲାଦେଶର ଅର୍ଥନୀତି ଅଭିବୃଦ୍ଧି ୫.୭ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି । ତଥାପି ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବାଣିଜ୍ୟ ପ୍ରତିବନ୍ଧକ ଏହାର ଅର୍ଥନୈତିକ ଗତିବିଧିକୁ ଧିମା କରିପାରେ ।

ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନର ଜିଡିପି ଅଭିବୃଦ୍ଧି ହାର ୨.୩ ପ୍ରତିଶତ ରହିବାର ପୂର୍ବାନୁମାନ କରାଯାଉଛି । ଦେଶର ବାଣିଜ୍ୟିକ ବିଶ୍ବାସନୀୟତାରେ ଉନ୍ନତି ଯୋଗୁଁ ଏହାର ଅର୍ଥନୀତିରେ ସୁଧାର ଆସିପାରେ । ଏହିପରି ଭାବେ ଦିନେ ଦେବାଳିକା ହୋଇଥିବା ଶ୍ରୀଲଙ୍କା ଅର୍ଥବ୍ୟବସ୍ଥାର ମଧ୍ୟ ପୁନରୁଦ୍ଧାର ପୂର୍ବାନୁମାନ କରାଯାଇଛି । ୨୦୨୫ରେ ଶ୍ରୀଲଙ୍କାର ଅଭିବୃଦ୍ଧି ହାର ୨.୫ ପ୍ରତିଶତ ରହିବା ସହ ଅର୍ଥନୀତିରେ ସାମାନ୍ୟ ସୁଧାର ହେବାର ଆକଳନ କରିଛି ବିଶ୍ବବ୍ୟାଙ୍କ ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ ବଦଳିଲା ଆୟକର ନିୟମ, କଣ ସବୁ ହୋଇଛି ପରିବର୍ତ୍ତନ ଜାଣନ୍ତୁ - Financial Rules Change

ଏହା ମଧ୍ୟ ପଢନ୍ତୁ: ୭୫,୦୦୦ ଟଙ୍କା ଛୁଇଁବ ସୁନା ଦର ! ଏକ୍ସପର୍ଟଙ୍କ ଆକଳନ - Gold Price

Last Updated :Apr 3, 2024, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.