ETV Bharat / business

୭୫,୦୦୦ ଟଙ୍କା ଛୁଇଁବ ସୁନା ଦର ! ଏକ୍ସପର୍ଟଙ୍କ ଆକଳନ - Gold Price

author img

By ETV Bharat Odisha Team

Published : Mar 31, 2024, 10:08 AM IST

୭୫,୦୦୦ ଟଙ୍କା ଛୁଇଁବ ସୁନା ଦର ! ଏକ୍ସପର୍ଟଙ୍କ ଆକଳନ
୭୫,୦୦୦ ଟଙ୍କା ଛୁଇଁବ ସୁନା ଦର ! ଏକ୍ସପର୍ଟଙ୍କ ଆକଳନ

Gold Price In India: ଆସନ୍ତା ଆର୍ଥିକ ବର୍ଷରେ ୭୫ ହଜାର ଟଙ୍କା ଛୁଇଁପାରେ ସୁନା ଦର । ବିଭିନ୍ନ କାରଣ ଯୋଗୁଁ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ନେଇ ଆକଳନ କଲେ ବିଶେଷଜ୍ଞ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଛି ସୁନା ଦର । ଗତ ୬ ମାସରେ ସୁନା ୧୧ ହଜାର ଟଙ୍କା ମହଙ୍ଗା ହୋଇଛି । ଏବେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ପାଖାପାଖି ୭୦ ହଜାର ଥିବାବେଳେ ଆଗକୁ ଏହି ଦର ୭୫,୦୦୦ ଟଙ୍କା ଛୁଇଁବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ଦିନରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ(MCX) ସୁନା ଦର ୧୦ ଗ୍ରାମ ପିଛା ୬୭,୮୦୦ ଟଙ୍କା ସ୍ତରରେ ବନ୍ଦ ହୋଇଛି । ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ରେ ମଧ୍ୟ ସୁନା ଓ ରୂପା ମୂଲ୍ୟ ଆହୁରି ବୃଦ୍ଧି ପାଇବ ଏବଂ ସୁନା ଦର ପ୍ରାୟ ୭୫,୦୦୦ ଟଙ୍କା ଛୁଇଁପାରେ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ ।

MCXରେ ସୁନା ମୂଲ୍ୟ ୬୭,୮୦୦ ସ୍ତରରେ ଶେଷ ହେବା ସହିତ ଚଳିତ ଆର୍ଥିକ ବର୍ଷର ଗତ ଦୁଇଟି ତ୍ରୟମାସିକରେ ୧୦ ଗ୍ରାମ ପିଛା ସୁନା ମୂଲ୍ୟରେ ୧୧ ହଜାର ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି । କମୋଡିଟି ମାର୍କେଟ ଏକ୍ସପର୍ଟଙ୍କ ଅନୁସାରେ, ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ୨୦୨୪ରେ ୩ ଥର ସୁଧହାର ହ୍ରାସ କରିବାର ଆଶା କରାଯାଉଥିବାରୁ ଆସନ୍ତା ଆର୍ଥିକ ବର୍ଷରେ (୧ ଏପ୍ରିଲ ୨୦୨୪-୩୧ ମାର୍ଚ୍ଚ ୨୦୨୫) ସୁନା ଦରରେ ବୃଦ୍ଧି ଜାରି ରହିବ । ଏହାବ୍ୟତୀତ ଭୂ-ରାଜନୈତିକ ଚାପ, ଆମେରିକା ମୁଦ୍ରାସ୍ଫୀତି ହ୍ରାସ ଏବଂ ଆମେରିକୀୟ ଡଲାର ମୂଲ୍ୟ ବୃଦ୍ଧି ଯୋଗୁଁ ୨୦୨୪-୨୫ ବର୍ଷରେ ସୁନା ଦର ୧୦ ଗ୍ରାମ ପିଛା ୭୫,୦୦୦ ହଜାର ଛୁଇଁବାର ଆଶଙ୍କା କରାଯାଉଛି । ସେହିପରି ବିଶ୍ୱରେ ମାନ୍ଦାବସ୍ଥା ଆଶଙ୍କା ଏବଂ ବିବାହ ଋତୁ ସୁନାର ଚାହିଦା ବୃଦ୍ଧିର ଅନ୍ୟତମ କାରଣ ହୋଇଥିବା ବେଳେ ଇକ୍ବିଟି ବଜାରରେ ଅସ୍ଥିରତା ପାଇଁ ଲୋକେମାନେ ସୁନାରେ ନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି ।

୨୦୨୩-୨୪ ଆର୍ଥିକ ବର୍ଷ ସୁନା ଦର ଅହେତୁକ ବୃଦ୍ଧି ନେଇ ଏସଏସ ୱେଲଥ୍‌ଷ୍ଟ୍ରିଟ ଫାଉଣ୍ଡର ସୁଗନ୍ଧା ସଚଦେବ କହିଛନ୍ତି ଯେ, ସୁନା ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଚଳିତ ଆର୍ଥିକ ବର୍ଷର ଗତ ଦୁଇଟି ତ୍ରୟମାସିକରେ ଏହି ଦର ୧୧ ହଜାର ଟଙ୍କା ବଢିବା ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି । ରୂପା ଦରରେ ମଧ୍ୟ ସାମାନ୍ୟ ବୃଦ୍ଧି ହୋଇଛି । ଯୋଗାଣ ଚାପ ମଧ୍ୟରେ ଧଳା ଧାତୁ କେଜି ପିଛା ୭୮,୦୦୦ରୁ ପାଖାପାଖି ୭୮,୫୦୦ ଟଙ୍କା ରହିଛି । ବିଭିନ୍ନ କାରଣ ଯୋଗୁଁ ୨୦୨୪-୨୫ ଆର୍ଥିକ ବର୍ଷରେ ଉଭୟ ଧାତୁର ଦରରେ ବୃଦ୍ଧି ଜାରି ରହିପାରେ ।

HDFC ସିକ୍ୟୁରିଟିଜର କମୋଡିଡି ଆଣ୍ଡ କରେନ୍ସି ହେଡ୍ ଅନୁଜ ଗୁପ୍ତା କହିଛନ୍ତି, ମୁଖ୍ୟତଃ ଆମେରିକା ଫେଡେରାଲ ରିଜର୍ଭ ବ୍ୟାଙ୍କର ସୁଧହାର ହ୍ରାସ ଚର୍ଚ୍ଚା ଏବଂ ଆମେରିକାରେ ମୁଦ୍ରୀସ୍ଫୀତି ହ୍ରାସ କାରଣରୁ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି । ଏହାବ୍ୟତୀତ ଭୂରାଜନୈତିକ ସମସ୍ୟା ମଧ୍ୟ ଦର ବୃଦ୍ଧି ଅନ୍ୟତମ କାରଣ ।

ଏହା ମଧ୍ୟ ପଢନ୍ତୁ: RBIର ବଡ଼ ନିଷ୍ପତ୍ତି, ମାର୍ଚ୍ଚ ୩୧ ରବିବାର ଖୋଲା ରହିବ ସବୁ ବ୍ୟାଙ୍କ

ଭାରତର ଲୋକମାନେ ଖୁବ୍ ଗହଣା ପ୍ରେମୀ । ସୁନା କେବଳ ବିତ୍ତଶାଳୀ ଲୋକଙ୍କ ସଉକ ନୁହେଁ, ସାଧାରଣ ଓ ଗରୀବ ଶ୍ରେଣୀର ଲୋକମାନେ ମଧ୍ୟ ସୁନାର ଗ୍ରାହକ ଅଟନ୍ତି । ଭାରତରେ ବିବାହରେ ସୁନା ଉପହାର କରିବା ପରମ୍ପରା ରହିଛି । ଆଗକୁ ବିବାହ ଋତୁ ଆସୁଥିବା ବେଳେ ସୁନା ଦରରେ ଏପରି ଅହେତୁକ ବୃଦ୍ଧି ସବୁ ବର୍ଗର ଲୋକମାନଙ୍କୁ ଚିନ୍ତାରେ ପକାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.