ETV Bharat / business

ଆଜିଠୁ ବଦଳିଲା ଆୟକର ନିୟମ, କଣ ସବୁ ହୋଇଛି ପରିବର୍ତ୍ତନ ଜାଣନ୍ତୁ - Financial Rules Change

author img

By ETV Bharat Odisha Team

Published : Apr 1, 2024, 12:19 PM IST

Financial Rules Change
Financial Rules Change

Financial Rules Change: ଆଜିଠୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଥିବା ବେଳେ, ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । PF ଆକାଉଣ୍ଟ ଟ୍ରାନ୍ସଫରଠାରୁ TAX ରିଜିମ, NPS ଆକାଉଣ୍ଟ ଲଗଇନ୍ ପ୍ରୋସେସଠାରୁ PAN‌-AADHAR ଲିଙ୍କ, କେଉଁ କ୍ଷେତ୍ରରେ କେଉଁ ନିୟମରେ ହୋଇଛି ପରିବର୍ତ୍ତନ, ସେସବୁ ସଂପର୍କରେ ସମସ୍ତ ସୂଚନା ଜାଣିବା ଏହି ରିପୋର୍ଟରେ ।

ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ । ଏହାର ଅର୍ଥ 2024-2025 ଆର୍ଥିକ ବର୍ଷ ଆଜିଠାରୁ ଆରମ୍ଭ ହୋଇଛି । ପ୍ରତ୍ୟେକ ମାସର ଆରମ୍ଭରେ କିଛି ନା କିଛି ଆର୍ଥିକ ନିୟମରେ ପରିବର୍ତ୍ତନ ହୋଇଥାଏ । ଆର୍ଥିକ ବର୍ଷ ଆରମ୍ଭରୁ ଅନେକ ନିୟମରେ ପରିବର୍ତ୍ତନ ହୋଇଥାଏ । ଏହି ନିୟମ ସାଧାରଣ ଜନତାଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ।

ନୂଆ ଆର୍ଥିକ ବର୍ଷ, ନୂଆ ନିୟମ :

PF ଆକାଉଣ୍ଟ ଟ୍ରାନ୍ସଫର: ଯେତେବେଳେ ଜଣେ ବ୍ୟକ୍ତି ଚାକିରି ପରିବର୍ତ୍ତନ କରିଥାଆନ୍ତି ତାହେଲେ, PF ଆକାଉଣ୍ଟକୁ ମଧ୍ୟ ସ୍ଥାନାନ୍ତର କରିବାକୁ ପଡିଥାଏ । କିନ୍ତୁ ଆଜିଠାରୁ PF ଆକାଉଣ୍ଟ ଟ୍ରାନ୍ସଫର ପାଇଁ ନିୟମରେ ପରିବର୍ତ୍ତନ ହୋଇଛି । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (EPFO) ପକ୍ଷରୁ କୁହାଯାଇଛି ଯେ, 2024 ଏପ୍ରିଲ ମାସରୁ PF ଆକାଉଣ୍ଟ ସ୍ୱୟଂଚାଳିତ ଭାବରେ ସ୍ଥାନାନ୍ତରିତ ହେବ । ଉପଭୋକ୍ତାମାନଙ୍କୁ ଆକାଉଣ୍ଟ ଟ୍ରାନ୍ସଫର କରିବା ପାଇଁ ଅନୁରୋଧ କରିବାକୁ ପଡିବ ନାହିଁ ।

TAX ରିଜିମ: ଯଦି ଜଣେ ବ୍ୟକ୍ତି ମାର୍ଚ୍ଚ 31 ତାରିଖ ମଧ୍ୟରେ ଟ୍ୟାକ୍ସ ରିଜିମ ସିଲେକ୍ଟ କରିନାହାନ୍ତି ତାହେଲେ ଆଜିଠାରୁ ନ୍ୟୁ ଟ୍ୟାକ୍ସ ରିଜିମ ଡିଫଲ୍ଟ ରିଜିମ ହୋଇଯିବ । ଏହାର ଅର୍ଥ ହେଉଛି ଯେ ଟିକସଦାତା ଯେଉଁମାନେ ଟିକସ ବ୍ୟବସ୍ଥା ଚୟନ କରିନାହାନ୍ତି ସେମାନେ ବର୍ତ୍ତମାନ ସ୍ୱୟଂଚାଳିତ ଭାବେ ନୂତନ ଟିକସ ବ୍ୟବସ୍ଥାରେ ITR ଦାଖଲ କରିବେ । ନୂଆ ରେଜିମରେ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ରହିଛି । ୭ ଲକ୍ଷ ଟଙ୍କା ବାର୍ଷିକ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ ।

FASTAG KYC: ଯେଉଁ ଫାଷ୍ଟଟାଗ ୟୁଜର୍ସ ଆଜି ପର୍ଯ୍ୟନ୍ତ ଫାଷ୍ଟଟାଗ କେଓ୍ବାଇସି କରିନାହାନ୍ତି, ସେମାନଙ୍କ କ୍ଷେତ୍ରରେ ଫାଷ୍ଟଟାଗ ଇନଆକ୍ଟିଭ ହୋଇଯିବ । ଏହାର ଅର୍ଥ ଫାଷ୍ଟଟାଗ ମାଧ୍ୟମରେ ଟୋଲ୍ ଟ୍ୟାକ୍ସ ଦେବାକୁ ସକ୍ଷମ ହେବେ ନାହିଁ । NHAI ଫାଷ୍ଟଟାଗ KYC କୁ ବାଧ୍ୟତାମୂଳକ କରିଥିଲା । ଏହାର ସମୟସୀମାକୁ ମାର୍ଚ୍ଚ 31 ତାରିଖ ଯାଏଁ ରଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଏପ୍ରିଲ 1ରୁ ବାଧ୍ୟତାମୂଳକ ଇ-ଇନ୍ସୁରାନ୍ସ ଆକାଉଣ୍ଟ, ପଲିସିଧାରୀ ଜାଣି ନିଅନ୍ତୁ ଏହାର ଫାଇଦା - New Rule for Policy Holder

NPS ଆକାଉଣ୍ଟ ଲଗଇନ ପ୍ରୋସେସ: ଆଜିଠାରୁ NPS(ନ୍ୟାସନାଲ ପେନସନ ସିଷ୍ଟମ) ଆକାଉଣ୍ଟର ଲଗ୍ ଇନ୍ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ପେନସନ ଫଣ୍ଡ ରେଗୁଲେଟର (PFRDA) ଲଗଇନ ପାଇଁ ଆଧାର ବେସ ଅଥେଣ୍ଟିକେସନ(Aadhaar-Based Authentication) ବାଧ୍ୟତାମୂଳକ କରାଯାଇଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ ଉପଭୋକ୍ତାଙ୍କୁ ID ପାସୱାର୍ଡ ସହିତ ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ଓଟିପି ଦେବାକୁ ହେବ ।

SBI କ୍ରେଡିଟ କାର୍ଡ ମେଣ୍ଟେନେସ ଚାର୍ଜ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) କ୍ରେଡିଟ କାର୍ଡର ମେଣ୍ଟେନେସ ଚାର୍ଜ ଆଜିଠାରୁ ବୃଦ୍ଧି ହୋଇଛି । ରିଓ୍ବାର୍ଡ ପେମେଣ୍ଟ ବନ୍ଦ ହୋଇଯାଇଛି । ଏହାର ଅର୍ଥ ହେଉଛି ଯଦି ବର୍ତ୍ତମାନ ଉପଭୋକ୍ତାମାନେ କ୍ରେଡିଟ୍ କାର୍ଡ ମାଧ୍ୟମରେ ରେଣ୍ଟ ପେମେଣ୍ଟ କରିବେ ତାହେଲେ କୌଣସି ରିଓ୍ବାର୍ଡ ପଏଣ୍ଟ ମିଳିବ ନାହିଁ ।

ଔଷଧ ଦର ବୃଦ୍ଧି: ଆଜିଠାରୁ କିଛି ଔଷଧ ମଧ୍ୟ ମହଙ୍ଗା ହୋଇଛି । ନ୍ୟାସନାଲ ଲିଷ୍ଟ ଅଫ ଏସେନସିଆଲ ମେଡିସିନ(NLEM) ଅନେକ ଔଷଧର ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି ।

PAN‌-AADHAR ଲିଙ୍କ: ଯେଉଁ ଉପଭୋକ୍ତାମାନେ ମାର୍ଚ୍ଚ 31 ପାନ୍ ଆଧାର ଲିଙ୍କ କରିନାହାନ୍ତି ସେମାନଙ୍କ ପାନ୍ କାର୍ଡ ଆଜିଠାରୁ ଇନଆକ୍ଟିଭ ହୋଇଯିବ । ପାନ୍ କାର୍ଡକୁ ସକ୍ରିୟ କରିବାକୁ ହେଲେ ଏହାକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ପଡିବ । ଏଥିପାଇଁ 1000 ଟଙ୍କା ଜରିମାନା ଦେବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.