ETV Bharat / business

ଏପ୍ରିଲ 1ରୁ ବାଧ୍ୟତାମୂଳକ ଇ-ଇନ୍ସୁରାନ୍ସ ଆକାଉଣ୍ଟ, ପଲିସିଧାରୀ ଜାଣି ନିଅନ୍ତୁ ଏହାର ଫାଇଦା - New Rule for Policy Holder

author img

By ETV Bharat Odisha Team

Published : Mar 31, 2024, 7:20 AM IST

E-insurance
E-insurance

E-insurance: ଏପ୍ରିଲ 1ରୁ ସମସ୍ତ ପଲିସିଧାରୀଙ୍କ ପାଇଁ ଜରୁରୀ ଇ- ଇନସୁରାନ୍ସ ଆକାଉଣ୍ଟ (E- Insurance) । ଜାଣନ୍ତୁ ଏହା କଣ ଓ ଏହା କାହିଁକି ବୀମାଧାରୀଙ୍କ ପାଇଁ ଲାଭଦାୟକ ଅଟେ ।

ହାଇଦ୍ରାବାଦ: ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (IRDAI) ପକ୍ଷରୁ ବୀମାଧାରୀଙ୍କ ପାଇଁ ଏକ ବଡ ନିୟମ ଅଣାଯାଇଛି । ପଲିସିକୁ ଆହୁରି ସୁରକ୍ଷିତ କରିବାକୁ ଆଇଆରଡିଏଆଇ ପକ୍ଷରୁ ବୀମା ପଲିସିକୁ ଡିଜିଟାଇଜେସନ୍ କରିବା ବାଧ୍ୟତାମୂଳକ କରିଛି । ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନଠାରୁ ସମସ୍ତ ବୀମା କମ୍ପାନୀକୁ ଇଲେକ୍ଟ୍ରୋନିକ୍ ଫର୍ମ (ଇ-ଇନସୁରାନ୍ସ) ରେ ବୀମା ପଲିସି ପ୍ରଦାନ କରିବାକୁ ପଡିବ । ଜୀବନବୀମା, ସ୍ୱାସ୍ଥ୍ୟବୀମା, ସମେତ ଏହା ସମସ୍ତ ସାଧାରଣ ବୀମା ପଲିସି ପାଇଁ ଏହି ସର୍ତ୍ତାବଳୀ ପ୍ରଯୁଜ୍ୟ । ଏଥିପାଇଁ ଇ- ଇନ୍ସୁରାନ୍ସ ଖାତା (EIA) ମିଳିବ । ଯେଉଁଥିରେ ସମସ୍ତ ବୀମା ପଲିସି ଡିଜିଟାଲ ଫର୍ମାଟରେ ରଖାଯାଇ ପାରିବ । ଏହି ନିୟମ ଗୁଡିକ ନୂତନ ଆର୍ଥିକ ବର୍ଷରୁ ଏପ୍ରିଲ 1, 2024ରୁ କାର୍ଯ୍ୟକାରୀ ହେବ ।

ଇ- ଇନ୍ସୁରାନ୍ସ କଣ ?

ଏହି ଇ- ଇନ୍ସୁରାନ୍ସ ମାଧ୍ୟମରେ ସମସ୍ତ ବୀମା ପଲିସି ଡିଜିଟାଲ ଫର୍ମାଟରେ ରଖାଯାଇ ପାରିବ । ଯେଉଁଥିପାଇଁ ଇ- ଇନ୍ସୁରାନ୍ସ ଖାତା ମଧ୍ୟ (EIA) ମିଳିବ । ଏହି ଆକାଉଣ୍ଟ ଦ୍ୱାରା ପଲିସିଧାରୀମାନେ ଅନଲାଇନ ମାଧ୍ୟମରେ ଇନ୍ୟୁରାନ୍ସ ପ୍ଲାନ କରିପାରିବେ । ଏହି ଇ- ଇନ୍ସୁରାନ୍ସ ଦ୍ୱାରା ପଲିସି ଗୁଡିକୁ ଚଳାଇବା କିମ୍ୱା ଏହା ସମ୍ପର୍କିତ କିଛି ସୂଚନା ଜାଣିବା କରିବା ଆହୁରି ସହଜସାଧ୍ୟ ହୋଇଯିବ । ଆଉମଧ୍ୟ ଗ୍ରାହକ ଚାହିଁଲେ ଇନସୁରାନ୍ସ ସହ ଜଡିତ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଏହା ମାଧ୍ୟମରେ ପାଇପାରିବେ । ଇନସୁରାନ୍ସ ପଲିସିକୁ ଆହୁରୀ ସରଳ କରିବାକୁ ଏହି ଇ- ଇନସୁରାନ୍ସ ନିମୟ ଆରମ୍ଭ କରିବାକୁ ଯାଉଛି ଆଇଆରଡିଏଆଇ ।

ଏହାମଧ୍ୟ ପଢନ୍ତୁ.. ଟ୍ୟାକ୍ସ ସଞ୍ଚୟ ପାଇଁ ସରଳ ଉପାୟ, ଜାଣିରଖନ୍ତୁ ଏହି ୧୦ ସ୍କିମ୍ - Tax Saving Instruments

କିପରି ଖୋଲିବେ ଇ- ଇନ୍ସୁରାନ୍ସ ଆକାଉଣ୍ଟ ?

ଏହି ଇ- ଇନସୁରାନ୍ସ ଆକାଉଣ୍ଟ ଖୋଲିବା ମଧ୍ୟ ବେଶ ସହଜ । ଆପଣ ଯଦି ଏହି ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଇନସୁରାନ୍ସ ପୋର୍ଟାଲରୁୁ ଫର୍ମ ଡାଉନଲୋଡ କରିବାକୁ ପଡିବ । ଏହା ସମ୍ପୂର୍ଣ୍ଣ ମାଗଣା ଅଟେ । ଏହାପରେ ଇନ୍ସୁରାନ୍ସ କମ୍ପାନୀଗୁଡିକ ଆକାଉଣ୍ଟ ଖୋଲିବା ପାଇଁ 35 ଟଙ୍କାରୁ 40 ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି । ଏଥିପାଇଁ ଆପଣଙ୍କୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଆଧାର କାର୍ଡ, ପାନ୍ କାର୍ଡ ଓ ଇ-କେଓ୍ୱାଇସି ଦେବାକୁ ପଡିବ ।

ଗ୍ରାହକଙ୍କ ପାଇଁ କେତେ ଲାଭଦାୟକ ଇ- ଇନ୍ସୁରାନ୍ସ ?

ଏହି ଇ -ଇନ୍ୟୁରାନ୍ସ ଦ୍ୱାରା ପଲିସି ଗୁଡିକୁ ଚଳାଇବା କିମ୍ୱା ଏହା ସମ୍ପର୍କୀତ କିଛି ସୂଚନା ଜାଣିବା କରିବା ଆହୁରୀ ସହଜସାଧ୍ୟ ହୋଇଯିବ । ବୀମା ସମ୍ପର୍କୀତ ଜରୁରୀ କାଗଜପତ୍ର ହଜିଗଲେ କୌଣସି ଚିନ୍ତା ରହିବ ନାହିଁ । କାରଣ ଏହି ଇ- ଇନସୁରାନ୍ସ ମାଧ୍ୟମରେ ଆପଣ ସମସ୍ତ ତଥ୍ୟ ସୁରକ୍ଷିତ ଭାବେ ରଖିପାରିବେ । ଏହାକୁ ସହଜରେ ଡାଉନଲୋଡ ମଧ୍ୟ କରିପାରିବେ । ଗୋଟିଏ ଜାଗାରେ ହିଁ ଆପଣ ନିଜର ସମସ୍ତ ପଲିସି ଦେଖିପାରିବେ । ଇ ବୀମା ଖାତାରେ ସମସ୍ତ ବୀମା ପଲିସିକୁ ଗୋଟିଏ ସମୟରେ ଅପଡେଟ କରିପାରିବେ । ପଲିସି ସମ୍ୱନ୍ଧୀୟ ତଥ୍ୟ କିମ୍ବା ରେନ୍ୟୁଆଲ (ନବୀକରଣ) କରିବାକୁ ହେଲେ ସହଜରେ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.