Watch Vedio: ମହଙ୍ଗା ପଡିଲା ସିଂହ ସହ ଥଟାମଜା, ଆଙ୍ଗୁଠି ହରାଇଲେ ଯୁବକ

By

Published : May 23, 2022, 10:12 PM IST

thumbnail

କିଙ୍ଗଷ୍ଟନ: ଜାମାଇକା ପ୍ରାଣୀ ଉଦ୍ୟାନରେ ସିଂହ ସହ ଥଟ୍ଟାମଜା କରିବା ପଡ଼ିଛି ଯୁବକଙ୍କୁ ଭାରୀ । ଶେଷରେ ନିଜ ଆଙ୍ଗୁଠି ହରାଇଛନ୍ତି ଯୁବକ । ସୂଚନାନୁସାରେ ଏହି ପ୍ରାଣୀ ଉଦ୍ୟାନକୁ ଜଣେ ବ୍ୟକ୍ତି ବୁଲିବାକୁ ଯାଇଥିଲେ । ବୁଲୁଥିବା ସମୟରେ ଗୁମ୍ଫାରେ (ଖୁଆଡ) ସିଂହ ବୁଲୁଥିବା ଦେଖି ତାସହ ମଜା କରିବା ଆରମ୍ଭ କରିଥିଲେ । ସିଂହକୁ ବାରମ୍ବାର ଚିଡାଇବା ଯୋଗୁଁ ଶେଷରେ ସିଂହଟି ରାଗି ଯାଇଥିଲା । ଆଉ ରାଗିଯାଇ ଯୁବକଙ୍କ ଆଙ୍ଗୁଠିକୁ କାମୁଡି ଧରିଲା । ଅନେକ ଚେଷ୍ଟା ସତ୍ତ୍ବେ ସେ ନିଜ ଆଙ୍ଗୁଠିକୁ ତା ମୁହଁରୁ ଛଡାଇ ପାରିଲେନି । ଜାମାଇକା ପ୍ରାଣୀ ଉଦ୍ୟାନର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.