ଝଙ୍କଡ ପୀଠରେ ନବରାତ୍ର ପୂଜା, ଶୈଳପୁତ୍ରୀ ବେଶରେ ମା' ଶାରଳା

By

Published : Sep 27, 2022, 9:58 AM IST

thumbnail
()

ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ସୋମବାର ବିଳମ୍ବିତ ରାତ୍ରରେ ମା'ଙ୍କର ନବ ପତ୍ରିକା ପୂଜା ପରେ ମହାସ୍ନାନ ଉପଚାର ପୂଜା ଆଦି ସମ୍ପର୍ଣ୍ଣ ହୋଇଥିଲା । ନବରାତ୍ରର ପ୍ରଥମ ଦିନରେ ଶୈଳପୁତ୍ରୀ, ଦ୍ବିତୀୟ ଦିନରେ ବ୍ରହ୍ମ ଚାରିଣୀ, ତୃତୀୟରେ ଚନ୍ଦ୍ରଘଣ୍ଟା ଚତୁର୍ଥ ଦିନରେ କୁସମାଣ୍ଡା ଆଦି ନବଦୁର୍ଗାଙ୍କ ନଅଟି ରୂପକୁ ଆରାଧନା କରାଯାଇଥାଏ । ନବରାତ୍ର ପୂଜାରେ ମା'ଙ୍କୁ ସୁସଜ୍ଜିତ ବିମାନରେ ଆରୋହଣ କରି ଗ୍ରାମ ପରିକ୍ରମା କରିବାର ମଧ୍ୟ ବିଧାନ ରହିଛି । ଯାହା ଗତକାଲି ମଧ୍ୟରାତ୍ରରୁ ଆରମ୍ଭ ହୋଇଛି । ନବରାତ୍ର ପୂଜା ଅବସରରେ ପ୍ରତେକ ଦିନ ମା' ଙ୍କୁ ସୁନାବେଶ କରାଯିବା ସହିତ ନବଦୁର୍ଗା ଆରାଧନା କରାଯିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.