Maharashtra political crisis: ହୋଟେଲରେ ସିନ୍ଧେଙ୍କୁ ନେତା ଘୋଷଣା କଲେ ବିଦ୍ରୋହୀ ବିଧାୟକ

By

Published : Jun 23, 2022, 8:18 PM IST

thumbnail

ଗୌହାଟୀ: ମହାରାଷ୍ଟ୍ର ରାଜନୀତି ନେଇ ଦୀର୍ଘ ଦୁଇ ଦିନ ଧରି ଚାଲିଥିବା ମହାଡ୍ରାମାରେ ସମୟ ଯେତିକି ଗଡୁଛି, ଘଟଣା ମଧ୍ୟ ସେତିକି ରୋଚକ ମୋଡ ନେବାରେ ଲାଗିଛି । ଉଦ୍ଧବ ଠାକରେଙ୍କ ସରକାରଙ୍କ ସୂତାଖିଅରେ ଝୁଲୁଥିବାବେଳେ ଆଜି ଗୌହାଟୀର ହୋଟେଲରେ ଥିବା ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଧେଙ୍କୁ ନିଜ ନେତା ଘୋଷଣା କରିଛନ୍ତି । ଏକକାଳୀନ ସମସ୍ତ ବିଧାୟକ ସିନ୍ଧେଙ୍କୁ ନେତା ଘୋଷଣା କରିବା ପ୍ରସ୍ତାବ ଉପରେ ହାତ ଟେକି ସହମତି ପ୍ରଦାନ କରିଛନ୍ତି । ଏହି ବିଦ୍ରୋହୀ ନେତାଙ୍କୁ ନେଇ ଏକନାଥ ସିନ୍ଧେ ନୂଆ ଦଳ ଗଠନ କରିବା ସଙ୍କେତ ମଧ୍ୟ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ଦେଖନ୍ତୁ ବିଧାୟକମାନେ ସିନ୍ଧେଙ୍କୁ ନେତା ଘୋଷଣା କରିବା ସମୟର ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.