ଛତିଶଗଡ଼ରୁ ଫେରିଲା ରାହୁଲ ରେସ୍କ୍ୟୁ ଟିମ୍‌, ଭବ୍ୟ ସ୍ବାଗତ କଲେ ଯବାନ

By

Published : Jun 17, 2022, 10:06 PM IST

thumbnail

କଟକ: ମୁଣ୍ଡଳୀସ୍ଥିତ NDRF ବାଟାଲିୟନ ଅଫିସରେ ପହଞ୍ଚିଲେ ଛତିଶଗଡ଼ ରାହୁଲ ସାହୁ ରେସ୍କ୍ୟୁ ଅପରେଶନରେ ସାମିଲ ଥିବା ଟିମ୍ । ସେକେଣ୍ଡ ଇନ୍ କମାଣ୍ଡ ବର୍ଦ୍ଧମାନ ମିଶ୍ରଙ୍କ ସହ ଯବାନ ପହଞ୍ଚିବା ପରେ ତାଙ୍କର ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି ବାଟାଲିୟନର ଅନ୍ୟ ଯବାନ । ରାସ୍ତାର ଦୁଇ କଡରେ ଠିଆ ହୋଇ ଯବାନମାନଙ୍କୁ ଫୁଲ ବର୍ଷା କରିବା ସହ ଅଭିବାଦନ ଜଣାଇଛନ୍ତି । NDRF  ଯବାନ କମାଣ୍ଡାଣ୍ଟ୍ ବର୍ଦ୍ଧମାନ ମିଶ୍ରଙ୍କୁ ଫୁଲ ଦେଇ ପାଛୋଟି ନେବା ସହ ଟେକି ନେଇଥିଲେ । ଜୟ ଯବାନ ଓ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପତି ହୋଇଥିଲା ଅଞ୍ଚଳ । ଛତିଶଗଡ଼ର ଜାଞ୍ଜଗିରି-ଚାମ୍ପାଜିଲ୍ଲାରେ ରାହୁଲ ସାହୁ ରେସ୍କ୍ୟୁ ଅପରେଶନରେ ସେକେଣ୍ଡ ଇନ୍ କମାଣ୍ଡ ବର୍ଦ୍ଧମାନ ମିଶ୍ର NDRF ଟିମ୍‌ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.