ଅଣସରର ପ୍ରଥମ ଦିନର ଅଲାରନାଥଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ

By

Published : Jun 15, 2022, 6:58 AM IST

thumbnail

ବ୍ରହ୍ମଗିରି: ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉ ୧୦୮ ଗରା ଜଳରେ ସ୍ନାନ କରିବା ଜ୍ବରରେ ପଡି ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ଆଜି ଅଣସରର ପ୍ରଥମ ଦିନରେ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ଭୋର 4ଟାରୁ ପ୍ରଥମେ ଦ୍ବାର ଫିଟା ଯାଇ ଅଲାରନାଥଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଛି । କୋଭିଡ କଟକଣା ହେତୁ ଦୁଇ ବର୍ଷ ଧରି ଅଣସର ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ । ତେଣୁ ଆଜି ଚଳିତ ବର୍ଷର ପ୍ରଥମ ଅଣସର ଦିନର ମଙ୍ଗଳ ଆଳତୀ ଦର୍ଶନ ପାଇଁ ସ୍ଥାନୀୟ ଭକ୍ତଙ୍କ ସହିତ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତି ରୂପରେ ଜଗନ୍ନାଥଙ୍କ ଅନ୍ୟ ଏକ ରୂପ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ଭକ୍ତମାନେ ଆତ୍ମତୃପ୍ତି ଲାଭ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.