ଲୁଟ୍ ଉଦ୍ୟମ ଫେଲ୍ ପରେ ATM ଭାଙ୍ଗିଦେଲେ
Published on: May 26, 2022, 3:19 PM IST

କୋରାପୁଟ: ସୁନାବେଡାରେ ମାତିଲେ ଲୁଟେରା । ସୁନାବେଡାର ହାଲ୍ ପରିସର ଭିତରେ ଥିବା ଷ୍ଟେଟ୍ ବ୍ୟାଙ୍କ ATM ଲୁଟ ଉଦ୍ୟମ । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ମେସିନର ଉପର କବାଟ ଓ ପରେ ତଳ କବାଟ ପଟୁ ଖୋଲିବାକୁ ଉଦ୍ୟମ କରାଯାଇଥିବା ଜଣାପଡ଼ିଛି । ତେବେ ସୁନାବେଡ଼ାରେ ଥିବା ATM ହାଇଦ୍ରାବାଦରେ ସୁରକ୍ଷା ଯୋଗାଉଥିବା ସଂସ୍ଥା ଅଧିନରେ ରହିଥିବାରୁ ସଙ୍ଗେସଙ୍ଗେ ହାଇଦ୍ରାବାଦରୁ ସୁନାବେଡା ଥାନାକୁ ଖବର ଆସିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଏହି ସମ୍ପୁର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ
Loading...