ଆଖିବୁଜିଲା ରୟାଲ ବେଙ୍ଗଲ ଟାଇଗର ରାଜା, ଦିଆଗଲା ଶେଷ ସମ୍ମାନ

By

Published : Jul 11, 2022, 10:44 PM IST

thumbnail

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ ଖୈରବରୀ ସର୍କସ ଆନିମଲ୍‌ ସେଣ୍ଟରରେ ଥିବା ଏକମାତ୍ର ରୟାଲ ବେଙ୍ଗଲ ଟାଇଗର, ରାଜାର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ବୟସ୍କ ବାଘଟିକୁ ଶେଷ ସମ୍ମାନ ଦେଇଛନ୍ତି ଖୈରବରୀ ସର୍କସ ଆନିମଲ୍‌ ସେଣ୍ଟର ଅଧିକାରୀ । ରାଜାକୁ ୧୧ ବର୍ଷ ହୋଇଥିବା ବେଳେ ତାକୁ ସର୍କସ ଆନିମଲ୍‌ ସେଣ୍ଟରକୁ ଅଣା ଯାଇଥିଲା । ନଦୀ ପାର୍‌ ହେଉଥିବା କୁମ୍ଭୀର ଆକ୍ରମଣରେ ବାଘଟି ଆହତ ହୋଇଯାଇଥିଲା । ତେବେ ବୟସ ଅଧିକ ହୋଇଥିବାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରନଥିଲା ରାଜା । ଶେଷରେ ସୋମବାର ସକାଳୁ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛି । ୨୫ ବର୍ଷ ୧୦ ମାସରେ ସେ ମୃତ୍ୟୁବରଣ କରିଛି । ଏହାପରେ ଚିଡ଼ିଆଖାନା କର୍ତ୍ତୃପକ୍ଷ ତା ମୃତଦେହ ଉପରେ ଫୁଲତୋଡ଼ା ଦେଇ ତାକୁ ଶେଷ ସମ୍ମାନ ଦେଇଛନ୍ତି । ଏଥିରେ ଜିଲ୍ଲାପାଳ ମଧ୍ୟ ସାମିଲ ହୋଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.