ସହରରେ ଦନ୍ତା ହାତୀ, ଲୋକେ ଆତଙ୍କିତ

By

Published : Sep 14, 2022, 5:10 PM IST

thumbnail

କେନ୍ଦୁଝର: କେନ୍ଦୁଝରରେ ହାତୀ ଉପଦ୍ରବ କିଛି ଦିନ ହେବ କେନ୍ଦୁଝର ସହର ନିକଟସ୍ଥ ବନାଞ୍ଚଳ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଏକ ଗୋଠ ଛଡା ଦନ୍ତା ହାତୀ କେନ୍ଦୁଝର ସହର ମଧ୍ୟକୁ ପଶି ଆସିଥିଲା । ଗୋଠ ଛଡା ଦନ୍ତାଟି ପୁରୁଣା ସହର ମଧ୍ୟ ଦେଇ କାଶୀପୁର, ମାଇନିଂ ଆଦି ଦେଇ ଶିରିଷପାଳ ଆଡେ ଦେଇ ଚାଲି ଯାଇଥିଲା । ଏହି ସମୟରେ ଦୁଇ ତିନୋଟି ଘର ଭାଙ୍ଗିବା ସହ ବହୁ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି । ଦୀର୍ଘ ବର୍ଷ ପରେ ସହର ମଧ୍ୟ ଦେଇ ଏହି ଗୋଠ ଛଡା ଦନ୍ତା ହାତୀ ପଶି ଆସିବାରୁ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଜଙ୍ଗଲ ବିଭାଗ ଅଧିକାରୀ ପହଞ୍ଚି ହାତୀଟିକୁ ସହର ମଧ୍ୟରୁ ଘଉଡାଇ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.