ପାଖେଇ ଆସୁଛି ନିର୍ବାଚନ, ବୌଦ୍ଧରେ କେମିତି ଅଛି ରାଜନୀତି ପାଣିପାଗ - Odisha Assembly Election 2024

By ETV Bharat Odisha Team

Published : Apr 27, 2024, 6:54 AM IST

thumbnail

ବୌଦ୍ଧ: ମତଦାନ ତାରିଖ ପାଖେଇ ଆସୁଥିବା ବିଭିନ୍ନ ସ୍ଥାନରେ ପ୍ରଚାର ଜାରି ରଖିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ସେପଟେ ଆଜି ଠାରୁ ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଅଧିକାରୀ ନୋଟିଫିକେସନ ଜାରି କରିଛନ୍ତି। ଅନ୍ୟପଟେ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ସେପଟେ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗରେ ଭୋଟର ମତଦାନକୁ ନେଇ ବେଶ ସଚେତନ ରହିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ.. ରାଜ୍ୟରେ ବିଜେପି ସରକାର ଆସିଲେ ମୋଦିଙ୍କ ପ୍ରଣାଳୀରେ ଓଡ଼ିଶାର ବିକାଶ ହେବ: ଧର୍ମେନ୍ଦ୍ର - Chhendipada Assembly Constituency

ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ଚଳିତ ନିର୍ବାଚନରେ ଭୋଟର ବିଭିନ୍ନ ପ୍ରସଙ୍ଗକୁ ନେଇ ଉପଯୁକ୍ତ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବେ ବୋଲି ସୂଚନା ମତ ଦେଇଛନ୍ତି । ତେବେ  ପ୍ରଥମ ଦିନରେ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି । ସେପଟେ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ମାଳ ମାଳ ପ୍ରତିଶୃତି ଦେଉଥିଲେ ମଧ୍ୟ ତାହା ପୂରଣ ହେଉନଥିବାରୁ ସାଧାରଣ ଭୋଟରଙ୍କ ମୁଡ୍ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନାହିଁ । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଆବାସ, ରାସନ୍, ବିଦ୍ୟୁତ ଭଳି ସେବା କେବଳ ପ୍ରଚାର ସର୍ବସ୍ୱ ହୋଇ ରହିଛି । ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ତଥା ଉପଯୁକ୍ତ ପ୍ରାର୍ଥୀ ସପକ୍ଷରେ ଜନମତ ରହିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.