ଢେଙ୍କାନାଳରେ ଗାଁ ଭିତରେ ବୁଲୁଛି ଦନ୍ତା, ଭୟରେ ଥରହର ଲୋକେ

By

Published : Jul 22, 2022, 8:11 AM IST

thumbnail

ଢେଙ୍କାନାଳ: ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ହାତୀପଲ । କେତେବେଳେ ଗାଁ ଭିତରକୁ ପଶି ଆସୁଛନ୍ତି ତ ଆଉ କେତେବେଳେ କାହାକୁ ଦଳି ଦେଉଛନ୍ତି । ଜନବସତି ଅଞ୍ଚଳରେ ହାତୀକୁ ଦେଖି ଥରହର ହେଉଛନ୍ତି ଲୋକେ । ଏହାରି ଭିତରେ ଢେଙ୍କାନାଳର ମେଗା ନିକଟରେ ଏକ ଦନ୍ତାହାତୀ ରାସ୍ତା ପାର୍ ହେଉଥିବାର ଦେଖାଯାଇଛି । ଯେଉଁ କାରଣରୁ ରାସ୍ତାର ଉଭୟପଟେ ଅନେକ ଗାଡିମଟର ଅଟକି ରହିଥିଲା । ପୁଣି ସଦର ରେଞ୍ଜ ଅଞ୍ଚଳରେ ଆଉ ଏକ ଦନ୍ତା ସରଖିଆ ଗାଁ ଭିତରେ ବୁଲୁଥିବାର ନଜର ଆସିଛି । ହାତୀଟି ଗାଁର ଜଣ ବ୍ୟକ୍ତିଙ୍କୁ ଆକ୍ରମଣ ମଧ୍ୟ କରିଛି । ଢେଙ୍କାନାଳର ଆଠଟି ରେଞ୍ଜରେ ୨୭ଟି ଗୋଠଛଡା ଦନ୍ତା ବୁଲୁଥିବାରୁ ଏବେ ଟେନସନରେ ରହିଛି ବନ ବିଭାଗ । ଖାଦ୍ୟ ଅନ୍ବେଷଣରେ ଏହି ଗୋଠଛଡା ଦନ୍ତା ଗାଁ ମୁହାଁ ହେଉଛନ୍ତି । ବନବିଭାଗ ପକ୍ଷରୁ ଏମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.