ବ୍ରହ୍ମପୁର ଦୁର୍ଗାପୂଜା: ମହାନବମୀରେ କଳ୍ପବାସିନୀଙ୍କ ପୀଠରେ ଭକ୍ତଙ୍କ ଭିଡ

By

Published : Oct 4, 2022, 4:43 PM IST

thumbnail

ବ୍ରହ୍ମପୁର: ଶାରଦୀୟ ପୂଜାକୁ ନେଇ ଉତ୍ସବ ମୁଖର ସାରା ରାଜ୍ୟ । ଆଉ ଏଭଳି ସମୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରର ରିକାପଲ୍ଲୀ ଅଞ୍ଚଳରେ ପୂଜା ପାଉଥିବା ମା’ କଳ୍ପବାସିନୀ ପୀଠରେ ଚାଲିଛି ମାଆଙ୍କ ଶାରଦୀୟ ପୂଜାତ୍ସବ । ପ୍ରତ୍ୟେକ ଦିନ ସକାଳର ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପୂଜାର୍ଚ୍ଚନା କରାଯାଉଥିବା ବେଳେ ପାରମ୍ପାରିକ ରୀତିନୀତିରେ ମାଆଙ୍କର ପୁଜା ପାଉଛନ୍ତି । ମାଆଙ୍କ ସନ୍ଧ୍ୟା ଆଳତି ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ମାଆଙ୍କ ପୂଜାର୍ଚ୍ଚନା ବେଶ ଧୁମଧାମର ସହିତ ପାଳନ କରାଯାଇଥାଏ । ଚଳିତବର୍ଷ ମାଆଙ୍କ ମନ୍ଦିରରେ କିପରି ଚାଲିଛି ପୁଜାର୍ଚ୍ଚନା ସେନେଇ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.