CCTVରେ କଏଦ ହେଲା ବାଇକ ଚୋରିର ଦୃଶ୍ୟ, ଦେଖନ୍ତୁ ଭିଡିଓ

By

Published : Sep 4, 2022, 12:31 PM IST

thumbnail

ଖୋର୍ଦ୍ଧା: ଖୋର୍ଦ୍ଧା ମେଡିକାଲ ପରିସରରେ ମାତିଛନ୍ତି ବାଇକ ଲୁଟେରା । ସୁଯୋଗ ଦେଖିବା କ୍ଷଣି ବାଇକ ଧରି ଚମ୍ପଟ ମାରୁଛନ୍ତି । ବାଇକ ଲୁଟେରାର କଳାକାରନାମା (CCTV) ସିସିଟିଭି ଫୁଟେଜରେ କଏଦ ହୋଇଛି । ଲୁଟେରା ବେଶ ଚତୁରତାର ସହ ଆଖି ପିଛୁଳାକେ କେମିତି ବାଇକ୍ ଲୁଟୁଛି । ଟିକେ ଲକ୍ଷ୍ୟ କରନ୍ତୁ ଏହି ସିସିଟିଭି ଫୁଟେଜକୁ । ଯୁବକଟି ମୋବାଇଲରେ ଗପୁଛି । କିଛି ସମୟ ପରେ ବାଇକରେ ବସି ଚାବିରେ ଗାଡ଼ି ଫିଟାଉଛି । ଗୋଟିଏ ପରେ ଗୋଟିଏ ବାଇକରେ ବସି ପ୍ରଥମେ ବାଇକର ହ୍ୟାଣ୍ଡଲକୁ ଫିଟାଇବାକୁ ଚେଷ୍ଟା କରୁଛି । ମେଡିକାଲରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡମାନଙ୍କ ଆଖରେ ଧୂଳି ଦେଇ ଏପରି ବାଇକ ଲୁଟୁଛି ଲୁଟେରା । ଗତ କିଛି ଦିନ ତଳେ ବାଇକ ଲୁଟର ଶିକାର ହୋଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ଡେଲାଙ୍ଗ ଅଞ୍ଚଳର ହିମାଂଶୁ ଶେଖର ବିଶ୍ଵାଳ । ନିଜ ସ୍ତ୍ରୀର ପ୍ରସବ ପାଇଁ ସେ ମେଡିକାଲ ଆସିଥିଲେ । ଗୋଟିଏ ପଟେ ସ୍ତ୍ରୀର ଏକ ପୁତ୍ର ସନ୍ତାନ ହୋଇ ଥିବାରୁ ଖୁସିରେ ଆତ୍ମୋବିଭୋର ହୋଇପଡିଥିବା ବେଳେ ଅନ୍ୟପଟେ ନିଜ ବାଇକ ଲୁଟର ଦୁଃଖ ସହିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.