କବାଟ ପକାଇ ଜଗି ଥିଲା ବନବିଭାଗ, ଝରକା ଭାଙ୍ଗି ଛୁ ମାରିଲା ଭାଲୁ

By

Published : Jul 16, 2022, 7:36 AM IST

Updated : Jul 16, 2022, 8:40 AM IST

thumbnail

ନବରଙ୍ଗପୁର: ଖାଦ୍ୟ ଅନ୍ବେଷଣରେ ଆସି ଉମରକୋଟ ବ୍ଲକ ସ୍ଥିତ ମୂର୍ତ୍ତୃମା ଗ୍ରାମର ନିମାୟ ମଜୁମଦାରଙ୍କ ବଗିଚା ଭିତରେ ଥିବା ଅବ୍ୟବହୃତ ଇନ୍ଦିରା ଆବାସ ଘର ଭିତରେ ଭାଲୁ ଫସି ଯାଇଥିଲା । ଭାଲୁକୁ ଦେଖି ଲୋକେ ଆତଙ୍କିତ ହୋଇ ଉମରକୋଟ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ୱାଇଲ୍ଡ ଲାଇଫ ଟିମ ସମସ୍ତ ସରଞ୍ଜାମ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର କରି ଦଳ ଭାଲୁଟି ରହିଥିବା ଘରର ମୁଖ୍ୟ ଦ୍ୱାରକୁ ସିଲ କରୁଥିବା ସମୟରେ ଫିଲ୍ମ ଷ୍ଟାଇଲରେ ଝରକା ତାଡି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା ଭାଲୁ । ଫଳରେ ଅଳ୍ପକେ ରକ୍ଷା ପାଇଯାଇଥିଲେ ବନ ବିଭାଗ କର୍ମଚାରୀ ।

Last Updated : Jul 16, 2022, 8:40 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.