ଗଛତଳେ ଗଢୁଥିଲେ ଭବିଷ୍ୟତ, ଶିକ୍ଷା ମନ୍ଦିରର ବିଶ୍ବକର୍ମାଙ୍କୁ ଶତ ଶତ ପ୍ରଣାମ

By

Published : Dec 7, 2021, 7:22 PM IST

Updated : Dec 7, 2021, 7:46 PM IST

thumbnail

ଯାଜପୁର/ଭୁବନେଶ୍ବର: ଇହଧାମ ତ୍ୟାଗ କରି ଆରପାରିକୁ ଚାଲି ଯାଇଛନ୍ତି ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ଆମ ସଭିଁଙ୍କ ପ୍ରିୟ ନନ୍ଦ ସାର୍‌ । ତାଙ୍କ ନିଧନରେ ସାରା ରାଜ୍ୟ ବାସୀଙ୍କ ଆଖିରେ ଲୁହ । ସତେ କେଡ଼େ ବଡ଼ ସୁଯୋଗ୍ୟ ସନ୍ତାନକୁ ଆଜି ଓଡ଼ିଶା ହରାଇଲା । ଯାଜପୁର କନ୍ତିଆ ଗାଁର ମାଟି ମଧ୍ୟ ଆଜି ନନ୍ଦ ସାର୍‌ଙ୍କୁ ଝୁରୁଛି । ଆହା କେଡ଼େ କ୍ରୁର ଏହି କୋରୋନା, କୁନି ଛୁଆଙ୍କ ଠାରୁ ତାଙ୍କ ସାର୍‌ଙ୍କୁ ଛଡ଼ାଇ ନେଲା । ୧୦୪ ବର୍ଷ ବୟସରେ ଭୁବନେଶ୍ବରର ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ରାଜ୍ୟ ଶିକ୍ଷାକ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଆଉ ଶିକ୍ଷା ମନ୍ଦିରର ଏହି ବିଶ୍ବକର୍ମାଙ୍କୁ ହରାଇ ମିୟମ୍ରାଣ ସଭିଏଁ । ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 7, 2021, 7:46 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.