ଛତ୍ରପୁର ନିର୍ବାଚନ ମଣ୍ଡଳୀ: ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ - Chhatrapur Assembly constituency

By ETV Bharat Odisha Team

Published : Apr 28, 2024, 9:22 PM IST

thumbnail

BJD Campaign Begin In Chhatrapur:  ବ୍ରହ୍ମପୁର: ରାଜ୍ୟରେ ଧୀରେ ଧୀରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇସାରିଛି ଓ ପ୍ରାର୍ଥୀମାନଙ୍କ ପ୍ରଚାର ଆହୁରି ଜୋରସୋରରେ ହେବାରେ ଲାଗିଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଛି । ତାଙ୍କୁ ଦଳ ଦ୍ବିତୀୟ ଥର ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଟିକଟ ଦେଇଛି । ଆଜି ଛତ୍ରପୁର ବ୍ଲକର ସିନ୍ଦରପୁର ପଞ୍ଚାୟତରେ ବିଜୁ ଜନତା ଦଳର କର୍ମକର୍ତ୍ତା ଓ କର୍ମୀଙ୍କ ଉପସ୍ଥିତିରେ ବିଧାୟକ ପ୍ରାର୍ଥୀ ଗ୍ରାମରୁ ଗ୍ରାମ ଏବଂ ପଞ୍ଚାୟତରୁ ପଞ୍ଚାୟତକୁ ପରିକ୍ରମା କରି ପ୍ରଚାର ଅଭିଯାନ ଚଳାଇଛନ୍ତି । 

ଏହା ମଧ୍ୟ ପଢନ୍ତୁ...ଏଥର କ୍ରୀତଦାସ ନୁହେଁ, ଅସ୍ମିତା ଓ ସ୍ୱାଭିମାନ ପାଇଁ ଲଢେଇ: ଧର୍ମେନ୍ଦ୍ର ପ୍ରଧାନ - Dharmendra Targets BJD 

ଏହି ଅବସରରେ ବିଧାୟକ ପ୍ରାର୍ଥୀ ସୁବାସ ଘରକୁ ଘର ପରିକ୍ରମା କରି ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଏବଂ ରୂପାନ୍ତିକରଣ କାର୍ଯ୍ୟକୁ ନେଇ ଜନତାଙ୍କ ନିକଟରେ ପହଞ୍ଚାଇଛନ୍ତି । ସେ ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ବୃଦ୍ଧି କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ କରିବା ପାଇଁ ସମସ୍ତଙ୍କର ସହଯୋଗ କରିବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.