ପୁଣି ଚର୍ଚ୍ଚାରେ ନୟାଗଡର ଭାଇରାଲ ଗାର୍ଲ ପ୍ରୀତି, ସାମ୍ନାକୁ ଆସିଲା ୪କ’ ପଣିକିଆର ଭିଡିଓ

By

Published : Aug 31, 2021, 12:17 PM IST

thumbnail

ନୟାଗଡ଼: ନୟାଗଡର ଭାଇରାଲ ଗାର୍ଲ ପ୍ରୀତି ସୁଲଗ୍ନା । ୩ କ’ ପଣିକିଆକୁ ଏକ ଭିନ୍ନଶୈଳୀରେ ଆବୃତି କରି ଚର୍ଚ୍ଚାରେ ଥିବା ପ୍ରୀତି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏବେ ପ୍ରୀତିଙ୍କ ୪ କ’ ପଣିକିଆ ଆବୃତି କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନୟାଗଡ଼ର ଚର୍ଚ୍ଚିତ ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁଙ୍କ ଝିଅ ହେଉଛନ୍ତି ପ୍ରୀତି ସୁଲଗ୍ନା । ଏହି ଭିଡିଓ ପ୍ରସ୍ତୁତ କରିବା ପାଇଁ ବାପା ଓ ମା ଶୁଭଶ୍ରୀ ସନମ୍ ତାଙ୍କୁ ସହଯୋଗ କରିଛନ୍ତି । ତେବେ ପୂର୍ବରୁ ଟ୍ରାଫିକ ଉପରେ ଏକ ସ୍ୱତନ୍ତ୍ର ସଚେତନ ଧର୍ମୀ ଭିଡ଼ିଓ କରି ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲେ । ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.