ବୈଷୟିକ ଶିକ୍ଷା ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ

By

Published : Nov 30, 2019, 7:27 PM IST

thumbnail

ଭଦ୍ରକ ଜିଲ୍ଲା ସ୍କୁଲ ପକ୍ଷରୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ଷେତ୍ରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବୈଷୟିକ ଶିକ୍ଷା ସହ ବିଭିନ୍ନ ପ୍ରକାର ଇ-ସର୍ଭିସ ମଧ୍ୟରେ ମୁଖ୍ୟତଃ ଟେଣ୍ଡର, ପାନ୍ କାର୍ଡ, ଇପିଏଫ୍ ଓ କମ୍ପ୍ୟୁଟର ଶିକ୍ଷା ସମ୍ପର୍କରେ ସୂଚନା ସହ ସଂକ୍ଷିପ୍ତ ତାଲିମ ଦିଆଯାଇଥିଲା। ଏହି ବିଭାଗର ନବମ ଓ ଦଶମ ଶ୍ରେଣୀର ପ୍ରାୟ 60ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସୂଚନା ଓ ପ୍ରଯୁକ୍ତି ବିଭାଗର ପ୍ରଶିକ୍ଷକଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀଙ୍କୁ ଦୁଇଟି ପର୍ଯ୍ୟାୟରେ ଏହି ଶିକ୍ଷା ପ୍ରଦାନ କରାଯାଇଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.