ଟ୍ରେନିଂ କ୍ୟାମ୍ପରେ କୋଭିଡ ନିୟମକୁ ଫୁ, ଅଚାନକ ପହଞ୍ଚିଲା ପୋଲିସ

By

Published : Sep 21, 2021, 2:43 PM IST

thumbnail

ଆନନ୍ଦପୁର: କୋଭିଡ ନିୟମକୁ ଫୁ । ନିୟମର ଖୋଲା ଖୋଲି ଉଲଙ୍ଘନ କରି କେନ୍ଦୁଝର ଘଷିପୁରା ଝାଡେଶ୍ବର କଲ୍ଯାଣ ମଣ୍ଡପରେ ଚାଲିଥିଲା ରୁଦ୍ଧ ଦ୍ବାର ଟ୍ରେନିଂ । ଏକ ଘରୋଇ କମ୍ପାନୀ ଦ୍ବାରା ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ଟ୍ରେନିଂ । ହେଲେ ନା ଥିଲା କାହାରି ମଧ୍ୟରେ ସାମାଜିକ ଦୂରତା ନା ଥିଲା ମୁହଁରେ ମାସ୍କ । ପ୍ରଶାସନର ବିନା ଅନୁମତିରେ ଚାଲିଥିବା ଏହି ଟ୍ରେନିଂ କ୍ୟାମ୍ପରେ ଖବର ପାଇ ପହଞ୍ଚିଥିଲେ ଆନନ୍ଦପୁର ଉପଜିଲ୍ଲାପାଳ । ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚିବାରୁ ଲୋକେ ଭୟଭୀତ ହୋଇ ଟ୍ରେନିଂ କ୍ୟାମ୍ପ ଛାଡି ପଳାଇଥିଲେ । ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.