ମୁମ୍ବାଇ ଏୟାରପୋର୍ଟରେ ବିକି, ସ୍ବାମୀ ଅଙ୍ଗଦଙ୍କ ସହ ନେହା ଆସିଲେ ନଜର

By

Published : Sep 19, 2021, 6:06 PM IST

thumbnail

ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନେ ସ୍ବପ୍ନର ନଗରୀ ମୁମ୍ବାଇ ଭିତରେ ଓ ବାହାରେ ପାପାରାଜୀ କ୍ୟାମେରାରେ ଶନିବାର କଏଦ ହୋଇଛନ୍ତି । ଉରି ଷ୍ଟାର ବିକି କୌଶଲ ମାଳଦ୍ବୀପରୁ ନିଜ ସୁଟିଂ ସାରି ଫେରୁଥିବାବେଳେ ମୁମ୍ବାଇ ଏୟାରପୋର୍ଟରେ ତାଙ୍କୁ ଦେଖିବାକୁ ମିଳିଛି । ଆକ୍ଟରଙ୍କୁ ଏକ କୁଲ ଏୟାରପୋର୍ଟ ଲୁକରେ ଦେଖିବାକୁ ମିଳିଛି । ସେ ବ୍ଲାକ ଆଣ୍ଡ ହ୍ବାଇଟର ହୁଡି ଜ୍ୟାକେଟ ପିନ୍ଧିଥିବା ବେଳେ ବ୍ଲୁ ଡେନିମ ପ୍ୟାଣ୍ଟ୍ସ ପିନ୍ଧିଥିଲେ । ତେବେ ସେ ଆଗାମୀ ଫିଲ୍ମ 'ସର୍ଦ୍ଦାର ଉଦ୍ଧମ ସିଂ'ରେ ନଜର ଆସିବେ । ସେପଟେ କିଛି ଦିନ ମଧ୍ୟରେ ମାତୃତ୍ବ ଲାଭ କରିବାକୁ ଯାଉଥିବା ବଲିଉଡ଼ ଅଭିନେତ୍ରୀ ନେହା ଧୁପିଆ ସ୍ବାମୀ ଅଙ୍ଗଦଙ୍କ ସହିତ ବାନ୍ଦ୍ରାରେ ଠାବ ହୋଇଛନ୍ତି । ଏହାରି ମଧ୍ୟରେ ଅଭିନେତା ସୁନିଲ ସେଟ୍ଟୀ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଡିନର କରିବା ସମୟରେ ପୁରା ପରିବାର ସହିତ ନଜର ଆସିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.