କଳାହାଣ୍ଡିରେ ନିର୍ଦ୍ଧୁମ ଛେଚୁଛି ବର୍ଷା, ଶତାଧିକ ଅଞ୍ଚଳ ଜଳବନ୍ଦୀ

By

Published : Aug 2, 2023, 9:36 PM IST

thumbnail

ଭବାନୀପଟଣା: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଥିବା ବେଳେ ଗତ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ସେପଟେ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଫଳରେ କଳାହାଣ୍ଡିରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଘର ଭାଙ୍ଗି ଯିବାସହ ରାସ୍ତାରେ ଆଣ୍ଠୁଏ ଲେଖାଁଏ ପାଣି ଦେଖିବାକୁ ମିଳିଛି  । ଅନେକ ଅଞ୍ଚଳରେ ପାଣି ଜମିବା ଫଳରେ ଲୋକେ ଗୃହବନ୍ଦୀ ହୋଇଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଗତ ଦୁଇଦିନରେ ଲଗାଣ ବର୍ଷା ଫଳରେ ସହରର ହାଲିଆପଡ଼ା, ମନ୍ଦାର ବଗିଚାପଡ଼ା, ହିଲ୍‌ଟାଉନ, ଟିଭି ସେଣ୍ଟରପଡ଼ା, ବଡ ପଡ଼ାରେ ବର୍ଷା ପାଣି ଲୋକଙ୍କ ଘର ଭିତରେ ପଶି ଯାଇଛି । ଯାହା ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  

ସୁଚନା ଅନୁଯାୟୀ, ଲଗାଣ ବର୍ଷାରେ ଆଜି ସହରର ବିଭିନ୍ନ ସ୍ଥାନରେ ୮ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଗତକାଲି ଓ ଆଜି ମିଶି ସମୁଦାୟ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କ ଘରେ ପାଣି ପଶି ଯାଇଛି । ପ୍ରାୟ ୧୩୦ ପରିବାରକୁ ବିଭିନ୍ନ ସ୍କୁଲ୍‌ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ସ୍ଥାନାନ୍ତର କରିବା ସହ ସେମାନଙ୍କ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ସହରରେ ସ୍ଵତନ୍ତ୍ର ଡ୍ରେନେଜ୍ ବ୍ୟବସ୍ଥା ନଥିବା ଫଳରେ ଲୋକଙ୍କ ଘରେ ପାଣି ପଶିଥିବା ଅଭିଯୋଗ ହୋଇଛି । ବାରମ୍ବାର ସହରରେ ଡ୍ରେନେଜ ବ୍ୟବସ୍ଥାକୁ ସୁଧାରିବା ପାଇଁ ଦାବି ହେଉଥିବା ବେଳେ ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ପୌର ପରିଷଦ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.