ଏୟାରଲିଫ୍ଟ ହେବେ ଶ୍ରମିକ: ପହଞ୍ଚିଲା ବାୟୁସେନାର ଚିନୁକ ହେଲିକପ୍ଟର, ସନ୍ଧ୍ୟା ସୁଦ୍ଧା ସରିବ ମିଶନ

By ETV Bharat Odisha Team

Published : Nov 28, 2023, 4:51 PM IST

thumbnail

ଡେରାଡୁନ: ଉତ୍ତରକାଶୀ ଟନେଲ୍‌ରେ ଫସିଥିବା ଶ୍ରମିକଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଉଦ୍ଧାର କରାଯିବ । ସେମାନଙ୍କୁ ଉଦ୍ଧାର ପରେ ଏୟାରଲିଫ୍ଟ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯିବ । ଏଥିପାଇଁ ନିକଟସ୍ଥ ଚିନ୍ୟାଲିସୌର ଏୟାରଷ୍ଟ୍ରିପ୍‌ରେ ଭାରତୀୟ ବାୟୁସେନାର ବୃହତ ହେଲିକପ୍ଟର ‘ଚିନୁକ’ ପହଞ୍ଚି ସାରିଛି । ଘଟଣାସ୍ଥଳରୁ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ଏୟାରଷ୍ଟ୍ରିପ୍‌କୁ ଅଣାଯିବ । ସେଠାରେ ଶ୍ରମିକଙ୍କୁ ଧରି ଉଡ଼ାଣ ଭରିବ ଚିନୁକ । ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଆମ୍ବୁଲାନ୍ସ ମେଡିକାଲ ଟିମ୍‌ ଓ NDRF ଯବାନ ଟନେଲ ମଧ୍ୟକୁ ପ୍ରବେଶ କରିସାରିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମି ମଧ୍ୟ ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଓ କୌଣସି ମୁହୂର୍ତ୍ତରେ ବି ଶ୍ରମିକଙ୍କୁ ଉଦ୍ଧାର କରାଯିବା ସମ୍ଭବ ହେବା ନେଇ ଟ୍ବିଟ୍‌ରେ ସୂଚନା ଦେଇ ସାରିଛନ୍ତି । 

ପ୍ରଥମେ ଅଗର ମେସିନରେ ହରାଇଜେଣ୍ଟାଲ ଖୋଦେଇ ହେଉଥିବା ବେଳେ ଏଥିରେ ସମସ୍ୟା ଦେଖାଯାଇଥିଲା । ଏହାପରେ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ଓ ପରେ ‘ରାଟ୍‌ ମାଇନିଂ’ ପ୍ରକ୍ରିୟାରେ ଖୋଦେଇ କାମ କରାଯାଇଥିଲା । ତେବେ ସମସ୍ତ ପ୍ରୟାସ ପରେ ଏହି ଅପରେସନ ପ୍ରାୟତଃ ଆଜି ସନ୍ଧ୍ୟା ସୁଦ୍ଧା ସଫଳତାର ସହ ଶେଷ ହୋଇପାରେ । ସମୟ ଯେତିକି ବଢୁଛି, ଉତ୍କଣ୍ଠା ମଧ୍ଯ ସେତିକି ବଢୁଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.