ଦୟା ୱେଷ୍ଟ କେନାଲର ହେବ ପୁନଃରୁଦ୍ଧାର, ସର୍ଭେ ଆରମ୍ଭ

By

Published : May 24, 2023, 11:35 AM IST

thumbnail

ଭୁବନେଶ୍ବର: ଦୟା ୱେଷ୍ଟ କେନାଲର ହେବ ପୁନଃରୁଦ୍ଧାର । ଏଥିପାଇଁ ଗତକାଲି(ମଙ୍ଗଳବାର) ଠାରୁ ଆରମ୍ଭ ହୋଇଛି ସର୍ଭେ। କଳାରାହଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ୩୫ କିଲୋମିଟର ରାସ୍ତାର ହେବ ପୁନଃରୁଦ୍ଧାର । ତେଣୁ ଚିହ୍ନଟ ଅଞ୍ଚଳଗୁଡିକରେ ବିଡିଏ ପକ୍ଷରୁ ସର୍ଭେ କରାଯାଉଛି । ପୁନରୁଦ୍ଧାର ମାଧ୍ୟମରେ କେନାଲର ନିର୍ମାଣ ଓ ପ୍ରଶସ୍ତିକରଣ କରାଯିବ । ଏଥିପାଇଁ ୭ଟି ସର୍ଭେ ଟିମ ଗଠନ କରି ପ୍ରତି ଟିମକୁ ୫ କିଲୋମିଟର ସର୍ଭେ କରିବାକୁ ଦିଆଯାଇଛି ଦାୟିତ୍ବ । ଅଧିକାରୀମାନେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କର ତାଲିକା ପ୍ରସ୍ତୁତ କରିବା ସହ ସମସ୍ତ ତଥ୍ୟ ବିଡିଏକୁ ପ୍ରଦାନ କରିବେ ।

ଗୋଟିଏ ଟିମରେ ୬ରୁ ୭ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେମାନେ ଗତକାଲି ଠାରୁ ସର୍ଭେ ଆରମ୍ଭ କରିଥିବା ବେଳେ ଆସନ୍ତା ୧୦ଦିନରେ ସାରିବାକୁ ରହିଛି ଲକ୍ଷ୍ୟ ରଖାଯାଇଛି । ବିଡିଏ ପକ୍ଷରୁ ସର୍ଭେ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ କଲେଜ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ବିଡିଏ ଅଧିକାରୀଙ୍କ ସମେତ କଲେଜ ଛାତ୍ରଛାତ୍ରୀ ଘର ଘର ବୁଲି ସର୍ଭେ କରିଛନ୍ତି । ଲୋକମାନଙ୍କର ଆଧାରକାର୍ଡ଼ ଯାଞ୍ଚ ସହ ଅନ୍ୟ ଆବଶ୍ୟକୀୟ ପରିଚୟ ପତ୍ର ଯାଞ୍ଚ କରିଛନ୍ତି । ପ୍ରକୃତ ହିତାଧିକାରୀ ଯେଭଳି ବାଦ ନପଡିବେ ଏହି ସର୍ଭେରୁ ସେଥିପ୍ରତି ଧ୍ୟାନ ଦିଆଯାଇଛି । ତେଣୁ ଛାତ୍ରଛାତ୍ରୀ ପୁଙ୍ଖାନୁପୁଙ୍ଖ ଭାବେ ସମସ୍ତ ପରିଚୟ ପତ୍ରକୁ ଯାଞ୍ଚ କରି ସର୍ଭେ କରିଛନ୍ତି ।

ଏହା ବି ପଢନ୍ତୁ-  ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ହେବ ଉନ୍ନତିକରଣ

ସେପଟେ ଏହି ପୁନରୁଦ୍ଧାର କାର୍ଯ୍ୟ ପୂର୍ବରୁ ବୈଷୟିକ ଟିମ ଦ୍ବାରା ଜବରଦଖଲ ଅଞ୍ଚଳ ଓ ଅଧିଗ୍ରହଣ ହେବାକୁ ଥିବା ଜମି ଚିହ୍ନଟ କରାଯାଇଛି । ଚିହ୍ନଟ ଜମିରେ ଚାଲିଛି ସର୍ଭେ । ସର୍ଭେରୁ ଜଣାପଡିବ ଯେ ପ୍ରକଳ୍ପ ଦ୍ବାରା କେତେ ପରିବାର ସ୍ଥାନାନ୍ତର ହେବେ ଆଉ ସେମାନଙ୍କ ପରିବାରରେ କେତେ ଲୋକ ରହିଛନ୍ତି । ସେହି ମୁତାବକ ସେମାନଙ୍କୁ ଥଇଥାନ ପରେ ହିଁ ଦୟା ୱେଷ୍ଟ କେନାଲର ପୁନରୁଦ୍ଧାର କାର୍ଯ୍ୟ ତ୍ଵରାନିତ୍ଵ ହେବ । ସେହିପରି ବିଏମସିର ୧୧ଟି ୱାର୍ଡର ଏକାଧିକ ବସ୍ତି ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ତେଣୁ ଉଚ୍ଛେଦ ହେବାକୁ ଥିବା ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯିବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.