ଶିକ୍ଷୟତ୍ରୀଙ୍କ ମାଡ଼ରେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର, ଚିକିତ୍ସା ଜାରି

By

Published : Jul 13, 2023, 7:01 AM IST

thumbnail

ଢେଙ୍କାନାଳ: ଶିକ୍ଷୟତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ପ୍ରାଇମେରୀ ବିଦ୍ୟାଳୟରେ । କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମର ଦିଲ୍ଲୀପ ମହାନ୍ତଙ୍କ ପୁଅ ଗଣପତି ମହାନ୍ତ ଉକ୍ତ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । ଗଣପତି ମହାନ୍ତଙ୍କୁ ତାଙ୍କ ମାଆ ସାଥିରେ ନେଇ ବିଦ୍ୟାଳୟରେ ଛାଡ଼ି ଆସିଥିଲେ । ଛାଡ଼ି ଆସିବାର କିଛି ସମୟ ପରେ ବିଦ୍ୟାଳୟରୁ ଖବର ଦିଆ ଯାଇଥିଲା ଯେ, ତାଙ୍କ ପୁଅ ଅସୁସ୍ଥ ଅଛନ୍ତି ଏବଂ ତାଙ୍କୁ ମେଡିକାଲ ନେଇ ଯିବାକୁ । ଛାତ୍ରଙ୍କ ପରିବାର ଲୋକେ ତୁରନ୍ତ ବିଦ୍ୟାଳୟରେ ପହଞ୍ଚି ଗୁରୁତର ଛାତ୍ରଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ମେଡିକାଲରେ ଛାତ୍ରଙ୍କୁ ପଚାରିବାରୁ ବିଦ୍ୟାଳୟର ଶିକ୍ଷୟତ୍ରୀ ତାଙ୍କୁ ମାଡ଼ ମାରିଥିବା କହିଛନ୍ତି । ପ୍ରାର୍ଥନା ସଭାରେ ତାଙ୍କ ଛାତିକୁ ମୁଥ ମାରିଥିବା କହିଛନ୍ତି ଛାତ୍ର । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।  

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.