ସୁନ୍ଦରଗଡ଼ରୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ

By ETV Bharat Odisha Team

Published : Jan 18, 2024, 9:49 PM IST

thumbnail

Sri Jagannath express: ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଉଦଘାଟିତ ହୋଇଛି ଜଗନ୍ନାଥ ଏକ୍ସପ୍ରେସ । ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ରାଜ୍ୟର ୧୨ଟି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଏହି ବସ ସେବାକୁ ଆରମ୍ଭ କରିଛନ୍ତି । ଏହି ବସ ଜିଲ୍ଲାର ସଦର ମହକୁମା ଠାରୁ ଶ୍ରୀଜଗନ୍ନାଥ ଧାମ ପୁରୀ ଯାଏଁ ଯାତ୍ରା କରିବ । ଏହା ଫଳରେ ଜିଲ୍ଲାର ସମସ୍ତ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଦର୍ଶନ ସହଜରେ ଏବଂ ସୁବିଧାରେ କରିପାରିବେ । 

ବର୍ତ୍ତମାନ ଜଗନ୍ନାଥ ଦର୍ଶନ ହେବ ଆହୁରି ସହଜ । ସୁଦୁର ସୁନ୍ଦରଗଡ଼ ହେଉ କି ସୀମାନ୍ତ ନୂଆପଡ଼ା ରାଜ୍ୟର ଯାତ୍ରୀମାନେ ପୁରୀକୁ ଆରାମଦାୟକ ଯାତାୟତ କରିବାର ସୁବିଧା ପାଇବେ । ତାହା ପୁଣି ସୁଲଭ ମୂଲ୍ୟରେ । କାରଣ ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିଛି ଜଗନ୍ନାଥ ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ଏକ୍ସପ୍ରେସକୁ ସୁନ୍ଦରଗଡ଼ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରୁ ଭିଡ଼ିଓ କନଫରେନ୍ସ ଦ୍ୱାରା ଫ୍ଲାଗଅଫ୍ କରି ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ମୁଖ୍ୟାଳୟରୁ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିର ଅଭିମୁଖେ ବାହାରିଛି ଏହି ବିଳାସପୂର୍ଣ୍ଣ ବସ । ରାଜ୍ୟ ସରକାର ବର୍ତ୍ତମାନ ଜଗନ୍ନାଥ ଚେତନାକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏଁ ଜଗନ୍ନାଥ ଏକ୍ସପ୍ରେସ୍ ଗଡ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ....ଶ୍ରୀକ୍ଷେତ୍ରକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ ବସ୍, ମହିଳାଙ୍କ ପାଇଁ ୫୦% ରିହାତି

ଏହି ଉଦଘାଟନ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାପାଳ ହର୍ଷଦ ପରାଗ ଗଭାଲି, ମୁଖ୍ୟ ଉନ୍ନୟନ ଅଧିକାରୀ ମନୋଜ ମହାଜନ, ରାଉରକେଲା RTO ବୈଭବ ସମନ୍ତସିଂହାର ଏବଂ ବଣାଇ ବିଧାୟକ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଏହି ଆରାମ ଦାୟକ ବସରେ ୫୧ ସିଟ ରହିଛି । ବସଟି ସବୁଦିନ ସଂଧ୍ୟାବେଳେ ସୁନ୍ଦରଗଡରୁ ବାହାରି ଏହା ପରଦିନ ସକାଳେ ପୁରୀରେ ପହଁଞ୍ଚିବ । ଆଜି ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ପରି ୧୨ଟି ଜିଲ୍ଲାର ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ବସ ଗଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । 

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.