Watch Video: କଳିଙ୍ଗ ଦୁର୍ଗା ପୂଜା ମଣ୍ଡପ ବଖାଣୁଛି ବାହାନଗା ଟ୍ରେନ ଦୁର୍ଘଟଣାର କରୁଣ କାହାଣୀ

By ETV Bharat Odisha Team

Published : Oct 22, 2023, 8:24 PM IST

thumbnail

ଭୁବନେଶ୍ବର: କଳିଙ୍ଗ ଦୁର୍ଗା ପୂଜା ମଣ୍ଡପରେ ବାହାନଗା ଟ୍ରେନ ଦୁର୍ଘଟଣାର କରୁଣ କାହାଣୀ । କିସ୍‌ ରୋଡରେ ଥିବା ଏହି ପୂଜା କମିଟି ପ୍ରଥମ ଥର ପାଇଁ ମା'ଙ୍କ ପୂଜା ଆୟୋଜନ କରୁଥିବା ବେଳେ ବାହାନଗା ଟ୍ରେନ ଦୁର୍ଘଟଣାର ଟିକନିକ୍‌ ଦୃଶ୍ୟକୁ ଦେଖାଇବାକୁ ଚାହିଁଛନ୍ତି । ପ୍ରତିଟି ଅଧିକାରୀଙ୍କଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ବବୋଧର ନିଦର୍ଶନ ଏଠାରେ ଦେଖିବାକୁ ମିଳିଛି । ବିଶେଷ କରି ଦୁଃଖ ସମୟରେ କିଭଳି ଏକାଠି ହୋଇ କାର୍ଯ୍ୟ କରାଯାଏ ସେହି ଭାଇଚାରା ବାର୍ତ୍ତା ମଧ୍ୟ ଦିଆଯାଇଛି । ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ବେଶ ଝଟକୁଥିବା ବେଳେ କଉଡିରେ ସୁସଜ୍ଜିତ ତୋରଣ ଲୋକଙ୍କ ଆକର୍ଷିତ କରୁଛି । ଉଭୟ ଦୁର୍ଘଟଣାର କରୁଣା କାହାଣୀ ସହ କଉଡ଼ିର ତୋରଣ ଦେଖିବାକୁ ଲୋକଙ୍କ ସମାଗମ ହେଉଛି । ଅନ୍ୟପଟେ ପ୍ରଥମ ଥର ପୂଜାରେ ରାଜଧାନୀର ସବୁଠାରୁ ବଡ ଅର୍ଥାତ ୭୦ ଫୁଟର ରାବଣ ପୋଡି ଏଠାରେ ଦେଖିବାକୁ ମିଳିବ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.