ଟ୍ରାକ୍ଟର ଧକ୍କାରେ ଅଳ୍ପକେ ବର୍ତ୍ତିଲେ ଛାତ୍ରୀ

By

Published : Mar 8, 2023, 9:59 PM IST

thumbnail

ରାଇରଙ୍ଗପୁର : କଥାରେ ଅଛି ରଖେ ହରି ତ ମାରେ କିଏ । ଭଗବାନ ଯାହାକୁ ବଞ୍ଚାଇବେ ତାକୁ ଦୁନିଆଁ ର କୌଣସି ଶକ୍ତି ମାରି ପାରିବ ନାହିଁ। ଏପରି କିଛି ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳରେ। ସାଇକେଲରେ ଯାଉଥିବା ଜନୈକ ଛାତ୍ରୀକୁ ଏକ ଦୃତଗାମୀ ଟ୍ରାକ୍ଟର ଧକ୍କା ଦେଇଥିବା ବେଳେ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିଲେ ଛାତ୍ରୀ ଜଣକ। ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା-ମାଣତ୍ରୀ ରାସ୍ତା ଏମଡିଆର-୭୦ ରାସ୍ତାର ଉଲଡିହ ଛକ ନିକଟରେ ସୋମବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ତେବେ ଛାତ୍ରୀ ଜଣକ ଏକ ସାଇକେଲ ଯୋଗେ ଘରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦୃତଗାମୀ ଟ୍ରାକ୍ଟର ତାଙ୍କ ସାଇକେଲ ଉପରେ ମାଡି ଯାଇଥିଲା। ଏନେଇ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ ଭିତରକୁ ଟ୍ରାକ୍ଟର ଟି ପଶି ଯାଇଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ରୀ ଜଣକ। ମାତ୍ର ଧକ୍କା ଦେବା ଫଳରେ ଛାତ୍ରୀ ଜଣକ ରାସ୍ତାପାର୍ଶ୍ୱକୁ ଛିଟିକି ପଡିଥିଲେ ଏବଂ ସାମାନ୍ୟ ଆହତ ହେବା ସହ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ବୈଶିଙ୍ଗା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିବା ସହ ଟ୍ରାକଟର ଡ୍ରାଇଭର ଗୁରୁବା ସିଂଙ୍କୁ ଥାନାକୁ ନେଇ ଅଟକ ରଖିଥିବା ଜଣାପଡିଛି।  

ଇଟିଭି ଭାରତ,ରାଇରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.