Odisha Weather: କାଳବୈଶାଖୀ ସମ୍ଭାବନା, ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

By

Published : Jun 1, 2023, 8:58 PM IST

thumbnail

ଭୁବନେଶ୍ବର: ରାଜ୍ୟରେ ଗରମ ସହ ଅସହ୍ୟ ଗୁଳୁଗୁଳି ଲାଗି ରହିଛି । ଆସନ୍ତାକାଲି ଓ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ଗୋଟେ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୪ ଓ ୫ କାଳବୈଶାଖୀ ପ୍ରଭାବ ବଢିବ । ବର୍ତ୍ତମାନ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ରୁ ଅଧିକ ତାପମାତ୍ରା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  

ଆସନ୍ତା ୨୪ ଘଣ୍ଟାରେ ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡା, ପୁରୀ, କୋରାପୁଟ, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବା ବେଳେ ଏହି ସମୟରେ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ଏହାସହ ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂପୁର ଭଳି ୧୦ଜିଲ୍ଲାରେ ହଳଦିଆ ଚେତାବନୀ ଦିଆଯାଇଛି । ସେହିପରି ଆସନ୍ତାକାଲି ରାଜ୍ୟରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ୨ଟି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବାକି ସ୍ଥାନରେ ଶୁଖିଲା ପାଗ ରହିବ ।

ଏହା ବି ପଢନ୍ତୁ- ପାୱାର କଟ୍ ନୁହେଁ, ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ କଟୁଛି: ଶକ୍ତି ମନ୍ତ୍ରୀ

ଏହାସହ କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାକୁ ହଳଦିଆ ଦେଇଛି ପାଣିପାଗ ବିଭାଗ । ତେବେ ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ମଧ୍ୟରେ ଭୁବନେଶ୍ବରରେ ୩୯.୪ ଡିଗ୍ରୀ, ସମ୍ବଲପୁରରେ ୪୨.୮ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ, ଝାରସୁଗୁଡାରେ ୪୧ ଡିଗ୍ରୀ, ଚାନ୍ଦବାଲିରେ ୩୮.୮ ଡିଗ୍ରୀ, ବାଲେଶ୍ବରରେ ୩୭.୮ ଡିଗ୍ରୀ, କେନ୍ଦୁଝରରେ ୩୭.୨ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ, ପାରାଦ୍ବୀପରେ ୩୪ ଡିଗ୍ରୀ  ଓ ଗୋପାଳପୁରରେ ୩୩.୪ ଡିଗ୍ରୀ ରେକର୍ଡ ହୋଇଛି ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.