RathaKhala Halchal: ତିନି ରଥର ଚାଲିଛି କୋଣ ଗୁଜ ଓ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ

By

Published : May 23, 2023, 3:57 PM IST

thumbnail

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ । ରଥଖଳାରେ ତିନିରଥର ମହାରଣାମାନଙ୍କ ଦ୍ବାରା ଗରଗରା, ଚଉଦ ନାହାକା, ଚାରି ନାହାକା ଏବଂ ପାଞ୍ଚ ଦଣ୍ଡା ନିର୍ମାଣ ଆଗେଇ ଚାଲିଥିବା ବେଳେ ତିନି ରଥର ରୂପକାର ସେବକଙ୍କ ଦ୍ଵାରା କୋଣ ଗୁଜ ଏବଂ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ତିନି ରଥର ଯୋଖା କଣ୍ଟା ନିର୍ମାଣ କରୁଛନ୍ତି । ତାଳଧ୍ବଜ ରଥର ଦୁଇଟି ଗରଗରାର ନିର୍ମାଣ ଗତକାଲିଠାରୁ ଶେଷ ହୋଇଥିଲେ ହେଁ ଦୋୟ ଗରଗରାରେ ଉଭୟ ପାର୍ଶ୍ବ ବିନ୍ଧ କାର୍ଯ୍ୟ ଜାରି ରହିଛି ।

ତାଳଧ୍ବଜ ରଥର ତିନି ଗୋଟି ଚାରି ନାହାକର ନିର୍ମାଣ ଶେଷ ହୋଇ ଚତୁର୍ଥ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି। ତାର ଆଠ କୋଣି କାର୍ଯ୍ୟ ବାକି ରହିଛି । ତାଳଧ୍ବଜ ରଥର ୧୧ଗୋଟି ଚଉଦ ନାହାକା ନିର୍ମାଣ ଜାର୍ଯ୍ୟ ଶେଷ ହୋଇଛି। ବାକି ତିନି ଗୋଟି ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ତାଳଧ୍ବଜ ରଥର ତିନି ଗୋଟି ଦଣ୍ଡାର ନିର୍ମାଣ ଶେଷ ହୋଇ ଆଉ ଦୁଇଟି ଦଣ୍ଡାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ତାଳଧ୍ବଜ ରଥର ଦୁଇ ଦୁଇଟି ପାର୍ଶ୍ବ ଦଣ୍ଡାରୁ ଗୋଟିକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଦର୍ପଦଳନ ରଥର ଦୁଇଟି ଗରଗରାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।  

ଦୁଇଟି ଗରଗରାର ଉଭୟ ପାର୍ଶ୍ବରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଦର୍ପଦଳନ ରଥର ତିନି ଗୋଟି ଚାରି ନାହାକା ନିର୍ମାଣ ଶେଷ ହୋଇ ଚତୁର୍ଥ ଚାରି ନାହାକାଟିର ଚଉପଟ କାର୍ଯ୍ୟ ଶେଷ ହୋଇ ତାର ଆଠ କୋଣି କାମ ବାକି ରହିଛି । ରଥର ୧୨ ଗୋଟି ଚଉଦ ନାହାକାର ନିର୍ମାଣ ଶେଷ ହୋଇଛି । ଆଉ ଦୁଇଟିର ନିର୍ମାଣ ଶେଷ ପର୍ଯ୍ୟାୟରେ। ଦର୍ପଦଳନ ରଥର ତିନି ଗୋଟି ପାଞ୍ଚ ଦଣ୍ଡା ନିର୍ମାଣ ଶେଷ ହୋଇଥିଲା ଆଉ ଦୁଇଟିର ଚଉପଟ କାର୍ଯ୍ୟ ଜାରି ରହିଥିବା ସହ ଦୁଇଟି ପାର୍ଶ୍ବ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି।  

ନନ୍ଦିଘୋଷ ରଥର ଦୁଇଟି ଗରଗରାର ନିର୍ମାଣ କାର୍ଯ୍ୟ ପ୍ରଥମେ ଶେଷ ହୋଇଥିଲା, ତାର ଉଭୟ ପାର୍ଶ୍ବରେ ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ନନ୍ଦିଘୋଷ ରଥର ଦୁଇଟି ଚାରି ନାହାକ ନିର୍ମାଣ ଶେଷ ହୋଇଥିଲା । ଆଉ ଗୋଟିଏ ଚାରି ନାହାକାର ନିର୍ମାଣ ଶେଷ ହୋଇ ଶେଷ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତାର ଆଠ କୋଣି ଆଂଶ କାର୍ଯ୍ୟ ବାକି ରହିଛି । ନନ୍ଦିଘୋଷ ରଥର ପ୍ରଥମ ପର୍ଯ୍ୟାୟରେ ୮ ଗୋଟି ଚଉଦ ନାଗାକା ଶେଷ ହୋଇ ବାକି ୬ଟିର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ସମସ୍ତ ଚଉଦ ନାହାକାର ନିର୍ମାଣ ଶେଷ ହୋଇଅଛି । ନନ୍ଦିଘୋଷ ରଥର ଆଜି ସୁଦ୍ଧା ୪ ଗୋଟି ଦଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଅଞ୍ଚମ ଦଣ୍ଡାର ଚଉପଟ କାର୍ଯ୍ୟ ଜାରି ରହିଥିବା ସହ ଗୋଟିଏ ପାର୍ଶ୍ବ ଦଣ୍ଡାର ଚଉପଟ ପାଇଁ ଚିତା କାର୍ଯ୍ୟ ଆରମ୍ଭ ହୋଇଛି।

ତିନିରଥର ରୂପକାର ସେବକମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜ ଏବଂ ତିଖ ଗୁଜଗୁଡିକରେ ରୂପ ଖୋଦେଇ ସହ ଅଳଙ୍କାର ତଥା ପଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ଶେଷ ଦୁଇଟି ଲେଖାଁଏ ତିଖ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଜାରି ରହିଛି । ଦୋଳବେଦୀଠାରେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେବକମାନେ ଶେଷ କରିଛନ୍ତି ।  ତିନି ରଥର ଓଝା ସେକକମାନେ ତିନି ରଥ ପାଇଁ ଆବଶ୍ୟକ ଦଣ୍ଡା ବିଡ଼ିଆ, ଅଗ ପାତେଳିରୁ ମୋଟ ୨୩୧ ଗୋଟି କଣ୍ଟା ନିର୍ମାଣ ଶେଷ କରି ତିନି ରଥର ଯୋଖା କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.