Cyber Fraud: ରାୟପୁର ପୋଲିସର ନିଆରା ପ୍ରୟାସ, ରାସ୍ତାକଡ଼ରେ ସଚେତନତା ବାର୍ତ୍ତା ବାଣ୍ଟିଲା 'ସାଇବର ରାବଣ'

By ETV Bharat Odisha Team

Published : Oct 23, 2023, 6:17 PM IST

thumbnail

ରାୟପୁର: ବିଜ୍ଞାନ ଯେତେ ଆଗେଇବାରେ ଲାଗିଛି ଏହାର ଦୁରୂପଯୋଗ କରି ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ପ୍ରତିଦିନ ଏଭଳି ଅନେକ ପ୍ରକାର ଘଟଣା ସାମ୍ନାକୁ ଆସିଛି । ଠକମାନେ ଗୋଟିଏ ପରେ ଗୋଟିଏ ନୂଆ ପଦ୍ଧତିରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି । ଅନେକ ସମୟରେ ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଏଭଳି ଠକେଇର ଶିକାର ହେଉଛନ୍ତି । ତେବେ ଏଥିପାଇଁ କେବଳ ଆବଶ୍ୟକ ସଚେତନତା । ଏନେଇ ଲୋକଙ୍କୁ ଛତିଶଗଡ଼ରେ ସଚେତନ କରୁଛି 'ସାଇବର ରାବଣ' । ରାୟପୁର ପୋଲିସ ପକ୍ଷରୁ ଏହି ନିଆରା ପ୍ରୟାସ ଆରମ୍ଭ ହୋଇଛି । ରାବଣର ଦଶମୁଣ୍ଡରେ ୧୦ ପ୍ରକାରର ସାଇବର ଠକେଇ ଲେଖାଯାଇଛି । ଲୋକେ ଏହା ପ୍ରତି ଆକର୍ଷିତ ହେବା ସହ ଏହି ଠକେଇ ସମ୍ପର୍କରେ ଅବଗତ ହୋଇଛନ୍ତି । ପାର୍ବଣରେ କିଣାବିକା ଅଧିକ ହେଉଥିବା ବେଳେ ଦୁର୍ବୃତ୍ତମାନେ ମଧ୍ୟ ମାତିଛନ୍ତି । ତେଣୁ ଏହି ନିଆରା ପ୍ରୟାସରେ ପୋଲିସ ଲୋକଙ୍କୁ ସାଇବର ଠକେଇ ସମ୍ପର୍କରେ ସଚେତନ କରାଇଛି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.