ମାଲକାନଗିରିରେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ, ଆରମ୍ଭ ହେଲା ପୁଷ୍ପା-2ର ସୁଟିଂ

By

Published : Apr 19, 2023, 9:28 PM IST

Updated : Apr 20, 2023, 3:51 PM IST

thumbnail

ମାଲକାନଗିରି:  ସ୍ବାଭିମାନ ଅଞ୍ଚଳରେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଆରମ୍ଭ ହୋଇଛି ବ୍ଲକବଷ୍ଟର ମୁଭି 'ପୁଷ୍ପା-2' ର ସୁଟିଂ। ମାଲକାନଗିରି ର ଘଞ୍ଚ ଜଙ୍ଗଲରେ ଚାଲିବ ପୁଷ୍ପାରାଜ। ଘନ ଜଙ୍ଗଲ ଭିତରେ ସୁଟିଂ ପାଇଁ ତିଆରି ହୋଇଛି ସେଟ୍। ମାଲକାନଗିରି ସ୍ୱାଭିମାନ ଅଂଚଳର ପାଦଦେଶ ତଥା ଆନ୍ଧ୍ରପ୍ରଦେଶ ସୀମାକୁ ଲାଗିଥିବା ତରାବୁରେ ଆରମ୍ଭ ହୋଇଛି ପୁଷ୍ପା-୨ର ସୁଟିଂ।

କ୍ରୁ ମେମ୍ବରଙ୍କ ସହିତ ଜଙ୍ଗଲରେ ସୁଟିଂ ସେଟରେ ବ୍ଲାକ୍ ହାପ୍ ପ୍ୟାଣ୍ଟ ଏବଂ ଟି-ସାର୍ଟରେ ନଜର ଆସିଲେ ଷ୍ଟାଇଲିସ୍ ଷ୍ଟାର ଅଲୁ ଅର୍ଜୁନ । ଫିଲ୍ମ ନିର୍ମାଣ ସଂସ୍ଥାର ଏକ ଟିମ୍ ପୂର୍ବରୁ ଡେରା ପକାଇଥିଲେ ମାଲକାନଗିରିରେ। ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ସ୍ବାଭିମାନ ଅଂଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡାରେ ନିର୍ମିତ ପୋଲ ନିକଟରେ ସୁଟିଂ କରିବାକୁ ଯୋଜନା ହୋଇଛି। ଏନେଇ ଜିଲ୍ଲାପାଳ ଓ ଏସପିଙ୍କ ଅନୁମତି  ନେଇଛନ୍ତି ପ୍ରଡକ୍ସନ ଟିମ୍। ତେବେ ସୁପରହିଟ ହିରୋଙ୍କ ସୁପରହିଟ୍‌ ଫିଲ୍ମ ମାଲକାନଗିରରେ ସୁଟିଂ ହେବା ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।  

ଇଟିଭି ଭାରତ, ମାଲକାନଗିରି 

Last Updated : Apr 20, 2023, 3:51 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.