ରାସ୍ତା ମରାମତି ପାଇଁ ରାସ୍ତାରେ ବସିଲେ ଆଇନଜୀବୀ ଓ ଜନତା

By ETV Bharat Odisha Team

Published : Nov 25, 2023, 8:49 PM IST

thumbnail

ବ୍ରହ୍ମପୁର: ଅଭିଯୋଗ ପରେ ମଧ୍ୟ ମରାମତି ହୋଇପାରୁନି ବ୍ରହ୍ମପୁରର ମୁଖ୍ୟ ରାସ୍ତା । ରାସ୍ତା ଉପରେ ଧାରଣାରେ ବସିଲେ ଆଇନଜୀବୀ ଓ ଜନତା । ମରାମତି ନକରିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି l  

ଏହା ମଧ୍ୟ ପଢ଼ନ୍ତୁ...ତୃତୀୟ ଦିନରେ ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ; ବଢୁଛି ସମର୍ଥକଙ୍କ ସଂଖ୍ୟା, ଆମରଣ ଅନଶନରେ ପ୍ରଯୋଜିକା

ବାରମ୍ବାର ଅଭିଯୋଗ ପରେ ମଧ୍ୟ ମରାମତି ହୋଇପାରୁନି ବ୍ରହ୍ମପୁର ସହରର ମୁଖ୍ୟ ରାସ୍ତା । ଯାହାକୁ ନେଇ ରାସ୍ତା ଉପରେ ଧାରଣାରେ ବସିଲେ ଆଇନଜୀବୀ ଓ ସହରର ସାଧାରଣ ଜନତା । ପୂର୍ବରୁ ବ୍ରହ୍ମପୁର ସହରର ପୁରାତନ ବସଷ୍ଟାଣ୍ଡ ଠାରେ ରହିଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଥିବା ରାସ୍ତାରେ  ଖାଲଖମାର ରହିଥିବା ବେଳେ ଏହାକୁ ମରାମତି କରିବା ପାଇଁ ଦାବି କରି ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କୁ ଅବଗତ କରିଥିଲେ । ହେଲେ ଏହି ସମସ୍ୟାର ସମାଧାନ ହେଲାନାହିଁ । ଯାହାକୁ ନେଇ କିଛି ଦିନ ତଳେ ସେସ୍ଥାନରେ ହିଁ ବସି ଧାରଣା ଦେଇଥିଲେ । ହେଲେ ଏହା ପରେ ମଧ୍ୟ କୌଣସି ମରାମତି ହୋଇପାରୁନଥିବା ଯୋଗୁଁ ପୁଣି ଥରେ ସେ ସ୍ଥାନରେ ଧାରଣା ଦେଇ ରାସ୍ତା ମରାମତି ପାଇଁ ଦାବୀ ଉପସ୍ଥାପନା କରିଛନ୍ତି । ରାସ୍ତା ଉପରେ ଏହି ଘଣ୍ଟିକିଆ ଧାରଣାରେ ବ୍ରହ୍ମପୁର ସହରର ଜଣାଶୁଣା ଆଇନଜୀବୀ ମନୋଜ ପଟ୍ଟନାୟକଙ୍କ ସମେତ ସହରର ଅନ୍ୟ ଆଇନଜୀବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ଘଟଣାସ୍ଥଳରେ ଏକ ଘଣ୍ଟା ପାଇଁ ହୋଇଥିବା ଧାରଣାରେ ଖାଲଖମା ମରାମତି ନକରିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି l 
 

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.