ଆମ୍ବୁଲାନ୍ସ ପାଇଁ ଅଟକିଲା ମୋଦିଙ୍କ କାରକେଡ

By ETV Bharat Odisha Team

Published : Dec 17, 2023, 7:33 PM IST

thumbnail

ବାରଣାସୀ: ଆମ୍ବୁଲାନ୍ସ ପାଇଁ ଅଟକିଲା ମୋଦିଙ୍କ କାରକେଡ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜସ୍ବ ଲୋକସଭା କ୍ଷେତ୍ର ବାରଣାସୀରେ । ଦୁଇ ଦିନିଆ ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀରେ ମୋଦି ୩୭ଟି ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ସୂଚନା ରହିଛି । ପ୍ରଧାମନ୍ତ୍ରୀ ବିମାନ ବନ୍ଦରରେ ପହିଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏହା ପରେ ଏକ ବିଶାଳ ରୋଡ ଶୋରେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ଅନ୍ୟପଟେ ରାସ୍ତା କଡ଼ରେ ହଜାର ହଜାର ଦର୍ଶକ ମୋଦିଙ୍କ ଝଲକ ପାଇବା ପାଇଁ ଉପସ୍ଥିତ ରହିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଏକ ଆମ୍ବୁଲାନ୍ସ ଆସିଥିଲା ।ଏହାକୁ ଦେଖି ଅଧିକାରୀମାନେ ଆମ୍ବୁଲାନ୍ସଟିକୁ ରାସ୍ତା ଛାଡ଼ି ଥିଲେ । ଏହାସହ ପ୍ରଧାନମନ୍ତ୍ରୀ କାରକେଡ ସ୍ବଳ୍ପ ସମୟ ପାଇଁ ଅଟକି ଯାଇଥିଲା ।ଫଳରେ ଆମ୍ବୁଲାନ୍ସଟି ସଠିକ୍ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହିଞ୍ଚିପାରିଛି । ଆଜି (ରବିବାର) ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବାରାଣାସୀ ଠାର ନାମୋ ଘାଟରେ କାଶୀ ତାମିଲ ସାଙ୍ଗମ 2.0ର ଶୁଭାରମ୍ଭ କରିବେ । ଏହା ସହ ବାରଣାସୀଠାରୁ କନ୍ୟାକୁମରୀକୁ ଗଡ଼ିବାକୁ ଥିବା କାଶୀ ତାମିଲ ଟ୍ରେନର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.