ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଅଭିମୁଖେ ମାଲକାନଗିରି ଦୁଇ ଯୁବକ

By ETV Bharat Odisha Team

Published : Dec 25, 2023, 12:50 PM IST

thumbnail

Walking from Malkangir to Ayodhya: 

ମାଲକାନଗିରି: ଆଉ ମାତ୍ର କିଛି ଦିନର ଅପେକ୍ଷା  । ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏନେଇ ଚଳଚଞ୍ଚଳ ସମଗ୍ର ଭାରତ ବର୍ଷ। ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସପ୍ନ । ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ଧାମରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଙ୍କ ମନ୍ଦିର । ଏହି ଅବସରରେ ମାଲକାନଗିରି ଜିଲ୍ଲାର ୨ଜଣ ବ୍ୟକ୍ତି ମାଲକାନଗିରିରୁ ଅଯୋଧ୍ୟାକୁ ପଦଯାତ୍ରା ଆରମ୍ଭ କରିଛନ୍ତି । ପ୍ରାୟ ଏକ ମାସ ଧରି ଉଭୟଙ୍କର ଯାତ୍ରା ରହିବ । ଦୀର୍ଘ ୧୨ଶହରୁ ଉର୍ଦ୍ଧ୍ବ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସନ୍ତା ଜାନୁଆରୀ ୨୨ତାରିଖରେ ଅଯୋଧ୍ୟାରେ ପହଞ୍ଚିବେ । ତେବେ ଦୁହିଁଙ୍କ ଯାତ୍ରା ଦେଖି ପ୍ରତ୍ୟେକ ସନାତନୀଙ୍କ ଛାତି ଗର୍ବରେ ଫୁଲିଉଠୁଛି । ୨ରାମ ଭକ୍ତ  ପ୍ରତ୍ୟେକ ଦିନ ୪୦ ରୁ ଉର୍ଦ୍ଧ୍ୱ କିଲୋମିଟର ଯାତ୍ରା କରିବେ ବୋଲି ମତ ପ୍ରକାଶ କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ- ଅଯୋଧ୍ୟା ଅଭିମୁଖେ ଖୋର୍ଦ୍ଧା ଯୁବକ, ରାମଲଲାଙ୍କ ଦର୍ଶନ ପାଇଁ 1000 କିମି ଯାତ୍ରା

ମାଲକାନଗିରି ଉପାନ୍ତ ଜିଲ୍ଲା ହୋଇଥିଲେ ମଧ୍ୟ ଏଠାରେ ପଡ଼ିଥିଲା ପ୍ରଭୁ ଶ୍ରୀରାମଙ୍କର ପାଦ । ଜିଲ୍ଲାର ଖଇରପୁଟର ବଣ୍ଡାଘାଟିରେ ରହିଛି ସୀତାକୁଣ୍ଡ  । ରାମାୟଣ କଥା ଅନୁସାରେ ଏଠାରେ ଦେବୀ ସୀତା ସ୍ନାନ କରିଥିଲେ। ସେହିପରି ଏଠାରେ ବାଲିପାହାଡ଼ ମଧ୍ୟ ରହିଛି। ପୁରାତନ କଥାନୁସାରେ ଜିଲ୍ଲା ସଦର ବ୍ଲକ ଠାରେ ରହିଛି ତାମସା ନଦୀ, ଯେଉଁଠି ପ୍ରଭୁ ରାମ ଏବଂ ସୀତା ମାତାଙ୍କ ଗସ୍ତ ରହିଥିଲା । ଏଭଳି ଅନେକ ସ୍ଥାନ ରହିଛି ଯାହାକି ରାମାୟଣରେ ମଧ୍ୟ ବର୍ଣ୍ଣନା କରାଯାଇଛି । ତେଣୁ ଏହି ପବିତ୍ର ସ୍ଥାନ ତାମସା ନଦୀରୁ ଏହି ୨ବ୍ୟକ୍ତି ଜଳ ସଂଗ୍ରହ କରି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି । ହାତରେ ପ୍ରଭୁ ରାମଙ୍କର ଧ୍ବଜା ଏବଂ ମୁଖରେ ଜୟ ଶ୍ରୀରାମ ନାରା ଦେଇ ଉଭୟ ଏହି ଯାତ୍ରାରେ ବାହାରି ପଡ଼ିଛନ୍ତି । ଆସନ୍ତା ୧ମାସ ପଦଯାତ୍ରା ପରେ ୨ରାମ ଭକ୍ତ ସନାତନୀ ଯୁବକ ନିଜର ଗନ୍ତବ୍ୟ ସ୍ଥଳକୁ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହାସହ ପରିବେଶ ସୁରକ୍ଷା ଭଳି ଏକ ମହତ୍ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି ଉଭୟ । ଯାହାକୁ ନେଇ ଜିଲ୍ଲାର ସନାତନୀ ପ୍ରେମୀଙ୍କ ମନରେ ଖୁସି ଉଲ୍ଲାସ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ମାଲକାନଗିରି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.