ଡକାୟତି ଯୋଜନା ହେଲା ପଣ୍ଡ, ୭ ଆନ୍ତଃଜିଲ୍ଲା ଡକାୟତିଙ୍କୁ ଗିରଫ କଲା ପୋଲିସ

By ETV Bharat Odisha Team

Published : Nov 23, 2023, 7:14 AM IST

thumbnail

ଢେଙ୍କାନାଳ: କଙ୍କଡାହାଡ ପୋଲିସକୁ ବଡ ସଫଳତା  । ମଙ୍ଗଳବାର ବିଳମ୍ବିତ ରାତିରେ ଏକ ୭ ଜଣିଆ ଡକାୟତି ଗ୍ୟାଙ୍ଗ ଡକାୟତି ଯୋଜନା କରୁଥିବା ବେଳେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ପୋଲିସ ହାତରେ ଧରାପଡିଛନ୍ତି । ରାତି ପ୍ରାୟ ୨ଟା ସମୟରେ କଙ୍କଡ଼ାହାଡ଼ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିରାଶାଳ ନିକଟ କୋଚିଲା ବାଙ୍କ ନିକଟରେ ଥିବା ଏକ ଘରେ ବସି ଡକାୟତମାନେ ଯୋଜନା କରୁଥିବା ବେଳେ ପୋଲିସ ଅତର୍କିତ ଚଢାଉ କରିଥିଲା । ଏହି ଚଢ଼ାଉରେ 7 ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା ପୋଲିସ । ତେବେ  ସେମାନଙ୍କ ନିକଟରୁ ୬୦ ହଜାର ଟଙ୍କା, ୫ଟି ହ୍ୟାଣ୍ଡ ବମ, ଗୋଟିଏ ପିସ୍ତଲ, କାର, ବାଇକ,  ୨ଟି କାତି,  ୭ଟି ମୋବାଇଲ ସହ ୨ ପ୍ୟାକେଟ୍‌ ଲଙ୍କା ଗୁଣ୍ଡ ଜବତ କରିଛି ।  

ଏମାନେ ମୁଖ୍ୟତଃ ଫାଇନାନ୍ସ କର୍ମଚାରୀ ଓ ବ୍ୟାଙ୍କରୁ ମୋଟା ଅଙ୍କର ଅର୍ଥ ଉଠାଉଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରିଥାଆନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳର ହୋଇଥିବା ବେଳେ  ଅନ୍ୟମାନେ ଢେଙ୍କାନାଳ ସଦର ଥାନ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ୧୮ଟି ମାମଲା ଥିବା କାମାକ୍ଷାନଗର ଥାନାରେ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତ ଅତିରିକ୍ତ ଏସ୍‌ପି । ଡକାୟତି ଗ୍ୟାଙ୍ଗକୁ ଆଜି କୋର୍ଟ ଚାଲଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।  

ଏହା ମଧ୍ୟ ପଢ଼ନ୍ତୁ.....ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.