ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ, ଢେଙ୍କାନାଳରେ ପେଟ୍ରୋଲ ଡିଜେଲ ଅଭାବ

By

Published : Mar 16, 2023, 9:11 PM IST

thumbnail

ଢେଙ୍କାନାଳ: ଦ୍ବିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଦଶ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ଓ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଡ୍ରାଇଭର ମହାସଂଘ । ସରକରଙ୍କ ପାଇଁ ମହାସଂଘ ପକ୍ଷରୁ ୧୦ଟି ଦାବି ଉପସ୍ଥାପନ କରାଯାଇଛି । ତେବେ ଏହି ଆନ୍ଦୋଳନ ଫଳରେ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ପ୍ରଭାବ ପରିଲଖିତ ହୋଇଛି । ଢେଙ୍କାନାଳକୁ ରାଜ୍ୟର ବିଭିନ୍ନ ମୁଖ୍ୟରୁ ସହରର କଟକ, ସମ୍ବଲପୁରକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଯାତାୟାତ ଠପ ହୋଇଛି । ଡିପୋରୁ ପେଟ୍ରୋଲ ଆସିବାରେ ଅସୁବିଧା ଯୋଗୁଁ ଯେଉଁ କେତୋଟି ଟାଙ୍କିରେ ତେଲ ମହଜୁଦ ଥିଲା ସେସବୁ ସରିବାକୁ ବସିଲାଣି । ଯାହାଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତେଲ ସମସ୍ୟା ଦେଖିବାକୁ ମିଳିଛି । ଅନ୍ୟପଟେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଫଳରେ ସାଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାଜରାସ୍ତାରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକଗୁଡିକ ଅଟକି ରହିବା ଯୋଗୁଁ ପନି ପରିବା ଓ ଫଳ ସବୁ ନଷ୍ଟ ହେବାର ଆଶଙ୍କା କରାଯାଉଛି । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.