କଂଗ୍ରେସ ସହ ବିଜେଡିର ବହୁ ନେତା ସମ୍ପର୍କରେ, ସୁଯୋଗକୁ ଅପେକ୍ଷା କରିଛନ୍ତି: ପିସିସି ସଭାପତି

By

Published : May 29, 2023, 9:55 PM IST

thumbnail

ଭୁବନେଶ୍ବର: ରାଜ୍ୟ ରାଜନୀତିରେ କଂଗ୍ରେସ ଗୋଷ୍ଠୀ କନ୍ଦଳ ପୁରୁଣା ହେଲାଣି । ଏବେ ନୁହେଁ, କଂଗ୍ରେସର ଏହି ରୋଗ କାରଣରୁ ଦୀର୍ଘ ୨୩ ବର୍ଷ ହେବ ରାଜ୍ୟ ଶାସନରୁ ବାହାରେ ବସିଛି ସର୍ବ ପୁରାତନ ରାଜନୈତିକ ଦଳ । ତେବେ ଏହାରୁ ମଧ୍ୟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଶାସକ ଦଳ ବିଜେଡିରେ ଏବେ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଥିବା କହିଛନ୍ତି ପିସିସି ସଭାପତି । ଏଥିପାଇଁ ବିଜେଡିର ବହୁ ନେତା ଏବେ କଂଗ୍ରେସ ସହ ଯୋଗାଯୋଗରେ ଥିବା ସେ କହିଛନ୍ତି ।  

ବିଜେଡି ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତିକୁ ନେଇ ପ୍ରତିକ୍ରିୟା ଦେବା ସମୟରେ ପିସିସି ସଭାପତି କହିଛନ୍ତି, "ଆଗକୁ ଦେଖନ୍ତୁ କଣ ହେଉଛି । ଆମ ସହ ବିଜେଡିର ବହୁ ନେତା ସମ୍ପର୍କରେ ଅଛନ୍ତି । ସେମାନେ ଦଳ ଭିତରେ ଅଣଦେଖା ହେଉଛନ୍ତି ବୋଲି କହୁଛନ୍ତି । ବିଜେଡି ଭିତରେ ବିଦ୍ରୋହର ବହ୍ନି ଲାଗିଲାଣି । ନେତା ମାନେ ମନ ଭିତରେ ଯାହା ଅଛି କହି ପାରୁନାହାନ୍ତି । ସୁଯୋଗକୁ ଅପେକ୍ଷା କରିଛନ୍ତି । ଆଜି ସବୁ ସ୍ତର ଅବହେଳିତ । ୨ ଲକ୍ଷରୁ ଅଧିକ ପୋଷ୍ଟ ଖାଲି ପଡ଼ିଛି । ସରକାର ତାକୁ ଭରଣ କରିପାରୁ ନାହାଁନ୍ତି । ସ୍କୁଲ, କଲେଜରେ ଶିକ୍ଷକ ଅଭାବ । ହସ୍ପିଟାଲରେ ଡାକ୍ତର, ବିଶେଷଜ୍ଞ ନାହାନ୍ତି । ଏହା ହେଉଛି ବିଜେଡିର 4 ବର୍ଷର ଉପଲବ୍ଧି । ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର । ଚାଷୀ ଆଜି ରାଜରାସ୍ତାରେ । ଚାଷୀ ଆୟ ଜାତୀୟସ୍ତରରେ ଆମେ ବହୁତ ତଳେ । ଯୁବବର୍ଗଙ୍କୁ ଚାକିରୀ ନାହିଁ । ଓଡିଶାବାସୀ ଠିକ ସମୟରେ ଜବାବ ଦେବେ । ଅପେକ୍ଷା କରନ୍ତୁ । ୨୦୨୪ ନିର୍ବାଚନରେ ସବୁ ଜଣାପଡ଼ିଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.