ପଥ ଉତ୍ସବ କରି ଯୁବ ଭୋଟରଙ୍କୁ ଆକୃଷ୍ଟ କଲା ଜିଲ୍ଲା ପ୍ରଶାସନ

By ETV Bharat Odisha Team

Published : Oct 28, 2023, 9:08 PM IST

thumbnail

କେନ୍ଦୁଝର: ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା । ୧୮ବର୍ଷ ହେବାକୁ ଥିବା ଯୁବ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଯୁବ ଭୋଟରଙ୍କୁ ତାଲିକାଭୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି । ସେଥିପାଇଁ ଜିଲ୍ଲାର ବିଭିନ୍ନ ମୁଖ୍ୟାଳୟରେ ପଥ ଉତ୍ସବ ଅନୁଷ୍ଠିତ ହୋଇଛି । ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଏହି ପଥ ଉତ୍ସବ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ଆଶିଷ ଠାକରେ । ଏହି ପଦଯାତ୍ରା ସହର ପରିକ୍ରମା କରିଥିବା ବେଳେ ଜିଲ୍ଲାପାଳଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ସାମିଲ ହୋଇଥିଲେ । ସ୍ଥାନୀୟ ଅଡିଟୋରିୟମରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସଚେତନା  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ପ୍ରକାଶ ଯେ ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ବୁଥ ସଂଖ୍ୟା ମଧ୍ୟ ବଢିଛି । ୧୮ବର୍ଷର ହୁଅନ୍ତୁ କିମ୍ବା ୮୦ ବର୍ଷର ସମସ୍ତଙ୍କ ନାଁ ଭୋଟର ଲିଷ୍ଟରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜିଠାରୁ ଆରମ୍ଭ ହେବ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ । ୨୦୨୩ ଡିସେମ୍ବର ୯ ଯାଏଁ ଆବେଦନ କରି ପାରିବେ ଭୋଟର । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଅନଲାଇନ ଓ ଅଫ ଲାଇନରେ ହୋଇପାରିବ ଆବେଦନ । ଅଧିକ ସହାୟତା ପାଇଁ ୧୯୫୦ ଟୋଲ ଫ୍ରୀ ନମ୍ବରରେ କଲ କରିପାରିବେ । 

ଏହା ମଧ୍ୟ ପଢନ୍ତୁ...ଭୋଟର ସଚେତନା ପାଇଁ ପଥ ଉତ୍ସବ, ଫୋକସରେ ନୂଆ ମତଦାତା

ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନଲାଇନ ଓ ଅଲାଇନରେ ଆବେଦନର ବ୍ୟବସ୍ଥା ହୋଇଛି । ଫର୍ମ -୬ ରେ ନୂଆ ଆବେଦନ, ଫର୍ମ- ୭ରେ ନାମ ଯୋଗ ଓ ବିଯୋଗ କରିହେବ । ସେହିପରି ଫର୍ମ-୮ରେ ତ୍ରୁଟି ସଂଶୋଧନ ହୋଇପାରିବ । ଏଥିପାଇଁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବୁଥ ସ୍ତରୀୟ ଅଧିକାରୀଙ୍କୁ ବିଜ୍ଞପ୍ତି ଜାରି କରାଯାଇଛି । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.