ବଜ୍ରକାପ୍ତା ଚୋରା ଚାଲଣ ବେଳେ ମାଡ଼ିବସିଲା ଏସଟିଏଫଟିମ୍ ଟିମ, ଜଣେ ଗିରଫ

By ETV Bharat Odisha Team

Published : Sep 30, 2023, 8:55 PM IST

thumbnail

ବଲାଙ୍ଗୀର: ବିଲୁପ୍ତ ପ୍ରାୟ ବଜ୍ରକାପ୍ତା ବିକ୍ରି ବେଳେ ଉଦ୍ଧାର। ଜୀବନ୍ତ ବଜ୍ରକପ୍ତା ବାହାରକୁ ଚାଲାଣ ବେଳେ ମାଡ଼ିବସିଲା ଏସଟିଏଫଟିମ୍ ଟିମ। ତେବେ ଏସଟିଏଫଟିମ୍ ବଲାଙ୍ଗୀର ଜିଲ୍ଲାରୁ ଏକ ବାଜ୍ରକପ୍ତା ଚାଲାଣ ହେବାର ସୂଚନା ପାଇଥିଲା।  ବଲାଙ୍ଗୀର ବନ ବିଭାଗର ଓ ପୋଲିସର ସହାୟତାରେ ଦେଓଗାଁ ବ୍ଲକ ବିଦିଘାଟ ଛକରେ ଚଢାଉ କରିଥିଲା।  ସେଠରୁ ବାହାରକୁ ଚାଲାଣ ପାଇଁ ଜଗିଥିବା ଜଣେ ଅଭିଯୁକ୍ତଙ୍କ ଠାରୁ ଏକ ଜୀବନ୍ତ ବାଜ୍ରକାପ୍ତା ଉଦ୍ଧାର କରିଥିଲା। 

ତେବେ ସଂପୃକ୍ତ ଅଭିଯୁକ୍ତ ଦେଓଗାଁ ବ୍ଲକ କାଲିଝର୍ଣ୍ଣ ଗ୍ରାମର ସେବକ ଧାରୁଆ ବୋଲି ପରିଚୟ ମିଳିଛି।  ଏସଟିଏଫ୍ ତାକୁ ଗିରଫ କରି ବଲାଙ୍ଗୀର ବନ ବିଭାଗକୁ ହସ୍ତାନ୍ତର କରିଛି।  ଦେଓଗାଁ ବନ ବିଭାଗ ଏହାକୁ ନେଇ ଏକ ମାମଲା ରୁଜୁ କରିବା ସହ ଦଫା 379/411 ଆଇପିସିଆରଡବ୍ଲୁ 51 ବନ୍ୟା ଜନ୍ତୁ ସଂରକ୍ଷଣ ଆଇନ 1972 ରେ ଅଭିଯୁକ୍ତକୁ ଗିରଫ କରି ବଲାଙ୍ଗୀର ଏସଡିଜେମ୍ କୋର୍ଟଙ୍କୁ ସମ୍ମୁଖରେ ହାଜର କରା ଯାଇଥିଲା। ତେବେ ଅଭିଯୁକ୍ତର ଜାମିନ ମଞ୍ଜୁର ନହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଅ ଯାଇଛି। ସେପଟେ ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ତାକୁ ଜଙ୍ଗଲରେ ସୁରକ୍ଷିତ ଭାବରେ ଛଡାଯିବ ବୋଲି ବଲାଙ୍ଗୀର ବନ ବିଭାଗ ସୂଚନା ଦେଇଛି।

ସୂଚନା ଅନୁସାରେ ବଲାଙ୍ଗୀର ଅଞ୍ଚଳରେ ବିଲୁପ୍ତ ପ୍ରାୟ ଥିବା ଏହି ବଜ୍ରାକପ୍ତା ଅନେକ ସ୍ଥାନରେ ବେଳେ ବେଳେ ନଜରକୁ ଆସିଥାଏ। ତେବେ ପୂର୍ବରୁ ଏହା ବଲାଙ୍ଗୀର ଜିଲ୍ଲାରେ ଭରପୁର ସଂଖ୍ୟାରେ ଥିବାବେଳେ ଏବେ ଏହାର ବେଆଇନ୍ ଶିକାର ଓ ଚାଲାଣ ପାଇଁ ଏହା ଏବେ ବିଲୁପ୍ତ ହେବାରେ ଲାଗିଛି। ତେଣୁ ଏହା ଉପରେ ବନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। 

ଏହା ମଧ୍ୟ ପଢ଼ନ୍ତୁ...ବରଗଡରୁ ବଜ୍ରକାପ୍ତା କାତି ସହ ଅହିରାଜ ସାପ ଉଦ୍ଧାର, 6 ଗିରଫ

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.