ବୃଦ୍ଧଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

By ETV Bharat Odisha Team

Published : Dec 11, 2023, 3:49 PM IST

thumbnail

ବ୍ରହ୍ମପୁର: ବ୍ରହ୍ମପୁର ସହରର ଟାଉନଥାନା ଅନ୍ତର୍ଗତ ଗାନ୍ଧୀନଗର ଦ୍ବିତୀୟ ଲାଇନରୁ ବୃଦ୍ଧଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ମୃତ ବୃଦ୍ଧ ଜଣଙ୍କ ସହରର ବିଜିପୁର ଅମ୍ବିକାନଗର ଦ୍ୱିତୀୟ ଲାଇନର ରଙ୍କ ସେଠୀ ବୋଲି ଜଣାପଡିଛି । ତେବେ ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ରାସ୍ତାକଡରେ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ ‌ମୃତକଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବୃଦ୍ଧ ଜଣଙ୍କ ପ୍ରତ୍ୟେକ ଦିନ ଭଳି ଆଜି ଭୋର ସମୟରୁ ସେ ନିଜ ଘରୁ ପ୍ରାତଃ ଭ୍ରମଣ ପାଇଁ ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପରିବାର ବର୍ଗ ଏପରି ଖବର ପାଇଥିଲେ । ଅନ୍ୟପଟେ ମୃତ ବ୍ୟକ୍ତିଙ୍କ କାହାରି ସହିତ କୌଣସି ଶତ୍ରୁତା ନଥିବା କହିଛନ୍ତି ମୃତକଙ୍କର ପରିବାର ବର୍ଗ । ହେଲେ କିଏ ଏବଂ କେଉଁ ପରିସ୍ଥିତିରେ ଏଭଳି ଜଣେ ବୃଦ୍ଧଙ୍କୁ ହତ୍ୟା କରିଛି ତାହା ତଦନ୍ତ କରାବାକୁ କରିଛନ୍ତି ପରିବାର ଲୋକେ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.