Odisha Train Tragedy: ‘ନିଖୋଜ ବ୍ୟକ୍ତିଙ୍କୁ ନିଜ ପରିବାରକୁ ହସ୍ତାନ୍ତର ନକରିବା ଯାଏଁ ଆମ ଦାୟିତ୍ବ ସରିନି’

By

Published : Jun 5, 2023, 9:57 PM IST

thumbnail

ଭୁବନେଶ୍ବର: ବାଲେଶ୍ବର ଟ୍ରେନ ଟ୍ରାଜେଡିକୁ  ସ୍ଥାନୀୟ ରେଳ ସଦନରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ବୈଠକ ପରେ କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ବର୍ତ୍ତମାନ ଧୀରେ ଧୀରେ ରେଳ ଚଳାଚଳ ସ୍ବାଭାବିକ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୬୦ - ୭୦ ଟି ଟ୍ରେନ ସେହି ରାସ୍ତା ଦେଇ ଯାତାୟାତା ଆରମ୍ଭ କଲାଣି। ସ୍ଥିତି ସ୍ବାଭାବିକ ହେଉଛି । ମନ୍ତ୍ରୀ କହିଛନ୍ତି  ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ ଟ୍ରେନ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ଘରକୁ ଯାଇ ସେଠାକାର ଅଧିକାରୀ ଭେଟିବା ସହିତ ସମବେଦନା ଜଣାଉଛନ୍ତି। ଯେଉଁମାନେ ସମ୍ପର୍କୀୟଙ୍କୁ ଖୋଜି ଖୋଜି ଆସୁଛନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ସରକାରୀ ଵ୍ୟଵସ୍ଥା ସହିତ ଫେରିଯିବାର ସମସ୍ତ ଆୟୋଜନ କରାଯାଉଛି । କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ରେଳ ବିଭାଗ ଏହି ପ୍ରୟାସ ଜାରି ରଖିବ । ପୁରା ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ଏହି ସମୀକ୍ଷା ବୈଠକରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.