କଳାହାଣ୍ଡିରେ ମାଟ୍ରିକ ପରୀକ୍ଷା ଆରମ୍ଭ, ସୁପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା

By

Published : Mar 10, 2023, 3:48 PM IST

thumbnail

ଭବାନୀପାଟଣା: ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଆଜି ସକାଳ 8 ଟାରୁ ଆରମ୍ଭ ହୋଇଥିଲା । ପରୀକ୍ଷା ପାଇଁ କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପରୀକ୍ଷାର୍ଥୀମାନଙ୍କୁ କଡାକଡି ଯାଞ୍ଚ କରାଯିବା ପରେ ପରୀକ୍ଷା କେନ୍ଦ୍ରକୁ ଛଡାଯାଇଥିଲା । ଛାତ୍ରୀଛାତ୍ରୀ କେବଳ ଆଡମିଟ୍ କାର୍ଡ, ପେନ୍ ଓ ପେନସିଲ ନେଇ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରି ପରୀକ୍ଷା ଦେଇଥିଲେ । ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରଗୁଡିକ ସକାଳ 7ଟାରେ ଖୋଲିଥିବା ବେଳେ ପରୀକ୍ଷାର 1 ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ କେନ୍ଦ୍ର ମଧ୍ୟକୁ ଯିବାକୁ ଅନୁମତି ଦିଆଯାଇଥିଲା । ସରକାରଙ୍କ ପକ୍ଷରୁ କପି ରୋକିବାଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଗୁଡିକର ସୁରକ୍ଷା ଦୃଷ୍ଟିରୁ ନୋଡାଲ ସେଣ୍ଟର ଏବଂ ପରୀକ୍ଷା କେନ୍ଦ୍ରରେ ସୁପରିଚାଳନା ପାଇଁ ଶିକ୍ଷକ ଓଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏଥିସହ କେନ୍ଦ୍ର ପରିସରରେ ପାନୀୟଜଳ ବ୍ୟବସ୍ତା ଭଳି ସମସ୍ତ ବିଷୟକୁ ଗୁରୁତ୍ଵ ଦିଆଯାଇଛି ।  
ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.