ଉତ୍ସବ ମୁଖର ବରଗଡ, ମାଆ ସମଲେଶ୍ୱରୀଙ୍କ ଠାରେ ଲାଗିହେଲା ନବାନ୍ନ

By ETV Bharat Odisha Team

Published : Sep 20, 2023, 12:08 PM IST

thumbnail

ବରଗଡ: ମାଆ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟରେ ଲାଗିହେଲା ନବାନ୍ନ । ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମ ଓଡ଼ିଶା । ଘରେଘରେ ନୂଆ ଖାଉଛନ୍ତି ପଶ୍ଚିମ ଓଡ଼ିଶାବାସୀ । ତେବେ ଆଜିର ଏହି ଗଣପର୍ବରେ ବରଗଡ଼ରେ ଦେବୀମାଆଙ୍କଠାରେ ସରିଆ ଧାନର ନବାନ୍ନ ଭୋଗ ଲାଗିସରିଛି  । ବିଛା ଓ ଧନୁ ଲଗ୍ନ ମଧ୍ୟରେ ଅମୃତ ବେଳାରେ ଆଜି ସକାଳ 10 ଘଣ୍ଟା 42 ମିନିଟରୁ 12 ଘଣ୍ଟା 44 ମିନିଟ ମଧ୍ୟରେ ଜନସାଧାରଣଙ୍କ ପାଇଁ ନବାନ୍ନ ଅର୍ପଣ ସହିତ ନବାନ୍ନ ଭକ୍ଷଣର ସମୟ ରହିଛି । ପଶ୍ଚିମ ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ କୃଷକ ତାର ନୂତନ ଉତ୍ପାଦିତ ଶସ୍ୟକୁ ପ୍ରଥମେ ଇଷ୍ଟଦେବୀକୁ ଅର୍ପଣ କରିବାର ପରମ୍ପରା ରହି ଆସିଛି । ବିଶେଷ ଭାବେ ନୂତନ ଧାନକୁ ନିଜ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବାର ପରମ୍ପରା ରହିଥିବାବେଳେ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ରେ ଲୋକେ ଇଷ୍ଟଦେବୀ ମାଆ ସମଲେଶ୍ବରୀ ଦେବୀଙ୍କ ଠାରେ ନବାନ୍ନ ଲାଗି ହେବାପରେ ନିଜେ ନବାନ୍ନ ଭକ୍ଷଣ କରିଥାନ୍ତି । ଜନସାଧାରଣଙ୍କ ପାଇଁ ମନ୍ଦିର ପକ୍ଷରୁ ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ସମସ୍ତେ ନିଜ ନିଜ ଘରେ ପୂଜା ବିଧି ଅନୁଯାୟୀ ନବାନ୍ନ ଭକ୍ଷଣ କରିବେ । ତେବେ ବରଗଡ଼ବାସୀଙ୍କ ପାଇଁ ଏହି ଲଗ୍ନ ସମୟ ସକାଳ 10 ଘଣ୍ଟା 42 ମିନିଟରୁ ମଧ୍ୟାନ୍ନ 12 ଘଣ୍ଟା 44 ମିନିଟ ଭିତରେ ରହିଥିବାବେଳେ ସମଲେଶ୍ଵରୀ ମନ୍ଦିର ପକ୍ଷରୁ ମାଆଙ୍କ ଠାରେ ଲାଗିଥିବା ନୂତନ ଶସ୍ୟ ବା ଧାନ ଲୋକଙ୍କୁ ବଣ୍ଟନ କରାଯାଉଛି  । ଲୋକେ ମନ୍ଦିରକୁ ଆସି ମାଆଙ୍କ ଠାରେ ଲାଗିଥିବା ଏହି ଧାନ ନେଇ ଘରେ ନିର୍ଦ୍ଧାରିତ ଲଗ୍ନ ସମୟରେ ନବାନ୍ନ ଭକ୍ଷଣ କରିଥାନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.