Manipur Violence: ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଘଟଣା: ଡିମ୍ପଲ ଯାଦବ

By

Published : Aug 8, 2023, 10:41 PM IST

thumbnail

ନୂଆଦିଲ୍ଲୀ: ଅନସ୍ଥା ପ୍ରସ୍ତାବ ବିତର୍କରେ ସମାଜବାଦୀ ପାର୍ଟି ପକ୍ଷରୁ  ସାଂସଦ ଡିମ୍ପଲ ଯାଦବ ଭାଗ ନେଇ  କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ଡିମ୍ପଲ କହିଛନ୍ତି ମଣିପୁରରେ ଘଟିଥିବା ବର୍ବରତା  ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଘଟଣା । ସୋସିଆଲ ମିଡିଆ ମାଧ୍ୟମରେ ଯଦି ଏହି ଘଟଣା ସାମନାକୁ ଆସିନଥାନ୍ତା... ତେବେ ଦେଶ ପୁରା ଅନ୍ଧାରରେ ରହିଥାନ୍ତା । ମଣିପୁରରେ କାହିଁକି ଏଭଳି ଘଟଣା ଘଟିଲା ? ମଣିପୁରରେ ଶାନ୍ତି କେବେ ଫେରିବ? ମଣିପୁର ଏକ ସୀମାବର୍ତ୍ତୀ ରାଜ୍ୟ । ସେଠି ଆର୍ମିର ଉପସ୍ଥିତି ରହିଛି । ଏହାସତ୍ବେ କେମିତି ଏଭଳି ଘଟଣା ଘଟୁଛି? ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କାହିଁକି ଚୁପ ଅଛନ୍ତି? ପ୍ରଧାନମନ୍ତ୍ରୀ ଯେତେବେଳେ ପୁରା ବିଶ୍ବ ଗୋଟିଏ ପରିବାର କଥା କୁହନ୍ତି କଣ? ମଣିପୁର ସେହି ପରିବାରରେ ଆସୁନାହିଁ କି? ବିଜେପି ଭେଦଭାବର ରାଜନୀତି କରୁଛି । ଯଦି ବିଜେପି ରାଜସ୍ଥାନ ଛତିଶଗଡ ଘଟଣାର ମଧ୍ୟ ଚର୍ଚ୍ଚା ଚାହୁଁଛି ତେବେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ମଧ୍ୟ ହେଉ । ସମାଜବାଦୀ ପାର୍ଟି କୁହେ ରୁଟି କପଡା ଶସ୍ତା ସହ ଶିକ୍ଷା ସ୍ବାସ୍ଥ୍ୟ ମାଗଣା ହେବା ଦରକାର । କିନ୍ତୁ  ଦରଦାମ ବୃଦ୍ଧି ପାଇଁ ଆଜି ମହିଳା ମାନେ ଯେଉଁ ସମସ୍ୟା ଭୋଗୁଛନ୍ତି ତାହା ସରକାରଙ୍କୁ ଦେଖାଯାଉ ନାହିଁ । ଦେଖନ୍ତୁ କଣ କହୁଛନ୍ତି ଅଖିଳେଶ ଯାଦବଙ୍କ ପତ୍ନୀ ତଥା  ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.