କ୍ରୀଡା ବିଭାଗ ତରଫରୁ ଜାତୀୟ କ୍ରୀଡା ଦିବସ ପାଳିତ

By ETV Bharat Odisha Team

Published : Aug 29, 2023, 6:17 PM IST

thumbnail

ଢେଙ୍କାନାଳ: ଆଜି ହେଉଛି  ହକିର ପିତାମହ ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସ । ଏହାକୁ ସାରା ଭାରତ ବର୍ଷରେ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଉଛି। ଏହି ଜାତୀୟ କ୍ରୀଡା ଦିବସକୁ ଢେଙ୍କାନାଳ କ୍ରୀଡା ବିଭାଗ ତରଫରୁ ମଧ୍ୟ ପାଳନ କରାଯାଇଛି । ଏହି ଅବସରରେ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖର ଏକ ପରିସରରେ ପ୍ରଥମେ ଧ୍ୟାନ ଚାନ୍ଦଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ହକି ଯାଦୁଗରଙ୍କୁ ସ୍ମରଣ କଲା ଜିଲ୍ଲା ପ୍ରଶାସନ, କ୍ରୀଡାବିତଙ୍କୁ ମିଳୁନି ପ୍ରୋତ୍ସାହନ  

ତେବେ ପରେ ଢେଙ୍କାନାଳ କ୍ରୀଡା ବିଭାଗ ତରଫରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ ମହାନ୍ତି ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ବିଭିନ୍ନ ଅନୁଷ୍ଠାନର ଖେଳାଳି ଓ କ୍ରୀଡ଼ା ପ୍ରେମୀମାନେ ମିଶି ସହର ପରିକ୍ରମା କରିଥିଲେ। ଜିଲ୍ଲା ହକି ଆସୋସିଏଆସନ, ଫୁଟବଲ ଟିମ ଓ ଜିଲ୍ଲା କ୍ରୀଡା ସଂଘ ତଥା ସତ୍ୟରଞ୍ଜନ ଖୋଖୋ ଏକାଡେମୀ ଆଦି ବିଭିନ୍ନ କ୍ରୀଡା ସଂଘ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ପରେ ଢେଙ୍କାନାଳ ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.