3 ଦଫା ଦାବି ନେଇ ଗ୍ରାମୀଣ ଡ଼ାକ ସେବକଙ୍କ ଧାରଣା, ଜିଲ୍ଲା ମୁଖ୍ୟ ଡାକଘର ଫାଟକରେ ମାରିଲେ ତାଲା

By ETV Bharat Odisha Team

Published : Oct 4, 2023, 7:49 PM IST

thumbnail

ନବରଙ୍ଗପୁର: ଗ୍ରାମୀଣ ଡ଼ାକ ସେବକ (ଜିଡିଏସ) କର୍ମୀଙ୍କ ଧର୍ମଘଟ । ବିଭିନ୍ନ ଦାବି ନେଇ 4 ଦିନିଆ ଧର୍ମଘଟ କରିଛନ୍ତି ନବରଙ୍ଗପରୁ ଜିଲ୍ଲା ଅଖିଳ ଭାରତ ଗ୍ରାମୀଣ ଡା଼କ ସେବକ ସଂଘ । ତେବେ ଜିଡିଏସ କର୍ମୀମାନେ ଜିଲ୍ଲା ମୁଖ୍ୟ ଡା଼କଘର ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । 

ତେବେ ସେମାନଙ୍କ ଦାବି ଗୁଡ଼ିକ ହେଉଛି, ଦୈନିକ କାର୍ଯ୍ୟ କରିବାର ସମୟ 8 ଘଣ୍ଟା ରଖାଯାଉ । ପ୍ରତି 12 ବର୍ଷରେ 2ଟି ଇନକ୍ରିମେଣ୍ଟ ଦେଇ ପଦୋନ୍ନତ୍ତି କରାଯାଉ । କର୍ମୀମାନଙ୍କ ସହ ସେମାନଙ୍କ ପରିବାରକୁ ମେଡିକାଲ ସୁବିଧା ଦିଆଯାଉ । ଏହାସହ ଟାର୍ଗେଟ ନାଁରେ କର୍ମୀମାନଙ୍କୁ କରାଯାଉଥିବା ହଇରାଣ ହରକତକୁ ବନ୍ଦ କରାଯାଉ । ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବା ସହ ସମ୍ପୂର୍ଣ୍ଣ ଡା଼କ ସେବାକୁ ଅଚଳ କରିଦେବାକୁ ଚେତାବନୀ ଦେଇଛନ୍ତି ଡ଼ାକ କର୍ମଚାରୀ । 

ଏହା ମଧ୍ୟ ପଢ଼ନ୍ତୁ...Cyber Awareness Campaign: ନବରଙ୍ଗପୁରରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ


ଇଟିଭି ଭାରତ, ନବରଙ୍ଗପୁର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.