ଖଣିଜ ପାଣ୍ଠିର ସଠିକ ବିନିଯୋଗ ନେଇ ବୈଠକ, ଅଧାପନ୍ତରିଆ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ

By ETV Bharat Odisha Team

Published : Dec 17, 2023, 8:47 AM IST

thumbnail

ଝାରସୁଗୁଡ଼ା: ଜିଲ୍ଲାର DRDA କନଫରେନ୍ସ ହଲ ଠାରେ ଜିଲ୍ଲା ଖଣିଜ ପାଣ୍ଠିର ସଠିକ ବିନିଯୋଗ କରିବାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ ଝାରସୁଗୁଡ଼ା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଥିବା ପୋୖରାଞ୍ଚଳ ଓ ପଞ୍ଚାୟତରେ ଯେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି ଓ ଯେଉଁ କାର୍ଯ୍ୟଗୁଡିକ ଅଧପନ୍ତରିଆ ହୋଇ ପଡ଼ିଛି ତାହାକୁ କିଭଳି ତ୍ବରାନ୍ବିତ କରିହେବ ତାହାକୁ ନେଇ ଆଲୋଚନା କରାଯାଇଥିଲା ।

ଏଥିସହ ଜିଲ୍ଲାରେ ରହିଥିବା ବିଭିନ୍ନ ପିକନିକ ସ୍ପଟ୍‌ମାନଙ୍କର ବିକାଶ ଓ ସୌନ୍ଦର୍ଯ୍ୟକରଣ କରିବା ନେଇ ଆଲୋଚନା ହୋଇଥିଲା । ଆଉ ମଧ୍ୟ ରମ୍ଫାଲୁଗା ପିକ୍‌ନିକ୍‌ ସ୍ପଟ୍‌ରେ ଇକୋ ପାର୍କ ନିର୍ମାଣ କରିବା ନେଇ ନିଷ୍ପତି ନିଆଯାଇଥିଲା । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରହିଥିବା ପୋଖରୀମାନଙ୍କ ପାଖରେ ସୌନ୍ଦର୍ଯ୍ୟୀକରଣ ନେଇ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ କରି ଝାରସୁଗୁଡ଼ାର ବିକାଶ କରାଯିବ ।

ଏହାମଧ୍ୟ ପଢନ୍ତୁ.. ବିଜେଡି ଟାର୍ଗେଟରେ ଯୁବ ଭୋଟର୍ସ, ସୋସିଆଲ ମିଡିଆରେ ବିକାଶମୂଳକ କାର୍ଯ୍ୟର ପ୍ରଚାର କରିବାକୁ ପରାମର୍ଶ

ଝାରସୁଗୁଡ଼ା ଜିଲ୍ଲାର ତିନିଟି ବ୍ଲକ ଲଇକେର, କିରମିରା ଏବଂ କୋଲାବିରା ବ୍ଲକ ଆଇଟିଡିଏ ମାନ୍ୟତା ପାଇଲା ପରେ ପ୍ରଥମ କରି ଏନେଇ ବୈଠକରେ ଆଲୋଚନା ହୋଇଥିଲା । ଆଇଟିଡିଏ ଅନ୍ତର୍ଭୁକ୍ତ ଏହି ଅଞ୍ଚଳରେ କେଉଁ କେଉଁ ସରକାରୀ ଅଧିକାରୀ ନିୟୋଜିତ ହେବେ ଏବଂ ଅଞ୍ଚଳରେ ରହିଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ଯଥାଶୀଘ୍ର କରିବା ପାଇଁ ନିଷ୍ପତି ହୋଇଥିଲା । ତେବେ ଏହି ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡା ବିଧାୟିକା ଦୀପାଳି ଦାସ, ଜିଲ୍ଲାପାଳ ଆବୋଲି ସୁନୀଲ ନରଓ୍ବଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପରମାର, ଡିଏଫ୍ଓ ମୋନୁ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.